ବେଗୁନିଆପଡା ଓ କୋଦଳା ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

0 221

ବେଗୁନିଆପଡା,୧୪/୦୮(ପିପିଟି): କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ଓ କୋଦଳା ସମେତ ସମସ୍ତ ପଞ୍ଚାୟତ ଓ ଏନ୍ଏସି ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟକ୍ରମ ସାରା ଦେଶରେ ପାଳନ ହୋଇଥିବା ବେଳେ ଆଜି ଏହିଠାରେ ବି ପାଳନ କରାଯାଇଛି । ବେଗୁନିଆପଡା ବ୍ଲକ ପରିସରରୁ ଏକ ବିରାଟ ମୋଟରସାଇକଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ଏହି କାର୍ଯ୍ୟକ୍ରମରେ କୋଦଳା ଏନ୍ଏସିର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କୋଦଳା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥୀ, ବେଗୁନିଆପଡା ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ସତୀଶ ରଞ୍ଜନ ତାରିଣୀ, ଏନ୍ଏସି ଉପାଧ୍ୟକ୍ଷା ରଂଜିତା ସେଠୀ, ବ୍ଲକ ଓ ଏନ୍ଏସି କର୍ମକର୍ତ୍ତା,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସମାଜସେବୀ ତଥା ବିଜେପି ନେତା ଚିତ୍ରସେନ ପରିଡା, ରବୀନ୍ଦ୍ର ମହାନ୍ତି, ବିଭୁତି ଭୂଷଣ ପାଣ୍ଡି ସମେତ ବହୁ ବିଜେପି କର୍ମୀ,ସରପଞ୍ଚ,ସମିତି ସଭ୍ୟ, କାଉନସିଲର,ବିଭିନ୍ନ ପଞ୍ଚାୟତର ସଚେତନ ନାଗିରକ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ଦେଶ ମାତୃକାର ଗୁଣଗାନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.