ବେଗୁନିଆପଡାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ।

0 261

କୋଦଳା,୧୧/୦୪(ପିପିଟି):ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଆଜିଠାରୁ ଶୁଭାରମ୍ଭ ହୋଇଛି । କଟକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି । ‘ଆୟୁଷ୍ମାନ ଭାରତ’ ଓ ‘ଆୟୁଷ୍ମାନ ବୟୋ ବନ୍ଦନା’ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ବିଧାୟକ ପ୍ରତାପ ନାୟକ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡିଶାର ପ୍ରାୟ ସାଢେ ୩ଟି ଲୋକଙ୍କୁ ମାଗଣାରେ ମିଳିବ ଚିିକିତ୍ସା ସୁବିଧା ମିଳିବାର ଯୋଜନା ରହିଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ସହାୟତା ସହାୟତା ମିଳିବ ଯୋଜନାର ଅନ୍ତର୍ଭୂକ୍ତ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସାଂସଦ ପ୍ରତିନିଧି ଆଲୋକ ଶତପଥି, ଯୁବନେତା ଅଶୋକ ତାରିଣୀ, ଚିତ୍ରସେନ ପରିଡା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଆଦିତ୍ୟ ପ୍ରସାଦ ସାହୁ, ଡ଼ଃ ସଞ୍ଜୟ କୁମାର ସାହୁ, ବେଗୁନିଆପଡା ବିଡିଓ ସସ୍ମିତା ଶତପଥି, ଏବିଡିଓ ନିରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ଆଶା କର୍ମୀ, ଏଏନଏମ ଏଵଂ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.