ବେକ ଓ ଦୁଇ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ।

0 299

ଭଞ୍ଜନଗର,୦୧/୦୮(ପିପିଟି) : ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ପେଣ୍ଠ ସାହିରେ ଆଜି ଜଣେ ଯୁବକ ବେକ ଓ ଦୁଇ ହାତ କୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାରସିଙ୍ଗି ଥାନା ଗାଲେରି ଫାଣ୍ଡି ଅଧିନ ଜଡ଼ାଘାତୁଣୀ ଗ୍ରାମର ବିଦୁର ଗୌଡ଼ (୪୮) ଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା। ତାଙ୍କର ବେକରେ ଗଭୀର କ୍ଷତ ଚିନ୍ହ ରହିବା ସହ ଦୁଇ ହାତରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବେଲଗୁଣ୍ଠା ପୋଲିସ ଆତ୍ମହତ୍ୟା ପାଇଁ ବ୍ୟବହାର କରିଥିବା ଏକ କାତି କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ସେ କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳର ଏକ ଦୋକାନରେ କାଯ୍ୟ କରୁଥିବା ବେଳେ ଆଜି ହଠାତ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ପାରିନି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.