ବେଆଇନ ଭାବେ ଦେବୋତ୍ତର ଜମିରେ ମଣ୍ଡପ ଓ ଶୌଚାଳୟ ନିର୍ମାଣ।

0 296

ବ୍ରହ୍ମପୁର,୦୬/୦୯(ପିପିଟି): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଟଙ୍କାଛାଇ ପଞ୍ଚାୟତର ଗୁଣ୍ଡୁରିବାଡି ଗ୍ରାମରେ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମନ୍ଦିରଙ୍କ ଜମିରେ ବେଆଇନ ଭାବେ ମଣ୍ଡପ ଓ ଶୌଚାଳୟ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି। ଗ୍ରାମ ଲୋକଙ୍କ ବିନା ସହମତିରେ ତଥା ଦେବୋତ୍ତର ବିଭାଗର ବିନା ଅନୁମତିରେ କାର୍ଯ୍ଯ କରଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡିଛି ଯେ ଗୁଣ୍ଡୁରିବାଡି ମୌଜା,ପ୍ଲଟ ନମ୍ବର ୭୫୧,୭୫୨ ରେ ବେଆଇନ ଭାବେ ନିର୍ମାଣ କାର୍ଯ୍ଯ ହୋଇଥିବା ନେଇ ଗ୍ରାମବାସୀ ବିଡିଓ,ଦେବୋତ୍ତର କମିଶନର,ଭୁବନେଶ୍ୱର, ସହକାରୀ ଦେବୋତ୍ତର କମିଶନର,ବ୍ରହ୍ମପୁର, ଜିଲ୍ଲାପାଳ,ଗଞ୍ଜାମ ଓ ତହସିଲଦାର, ପୁରୁଷୋତ୍ତମପୁରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ କୌଣସି ତଦନ୍ତ କିମ୍ବା କାର୍ଯ୍ଯାନୁଷ୍ଠାନ ହୋଇ ନାହିଁ। ଯନ୍ତ୍ରୀ ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ଯ ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଛି। ଆବଶ୍ୟକ ପଡିଲେ ମାମଲା କୋର୍ଟକୁ ଯାଇପାରେ।

Leave A Reply

Your email address will not be published.