ବେଆଇନ ପଥର ବ୍ଳାଷ୍ଟିଙ୍ଗ,ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବହାନୀ;ପ୍ରଶାସନ ନୀରବ ଦ୍ରଷ୍ଟା ।

0 577

ବ୍ରହ୍ମପୁର,୨୮/୦୭(ପିପିଟି): ପୋଲସରା ତହସିଲ ଅନ୍ତର୍ଗତ ଭାଟଖାଲି ପାହାଡରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ ଚାଲିଛି। ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବହାନୀ ହେଉଥିବା ବେଳେ ପ୍ରଶାସନ ଅଧିକାରୀ ଜାଣିଶୁଣି ନୀରବ। ଘଟଣା ସମ୍ପର୍କ ଜଣାପଡିଛିଯେ, ଭାଟଖାଲି ରାସ୍ତାର ଉଭୟ ପାର୍ଶ୍ବ ଦୁଇଟି ତହସିଲରେ ଯାଉଛି। ପାହାଡ ଥିବା ପାର୍ଶ୍ବଟି ପୋଲସରା ତହସିଲରେ ଯାଉଥିବା ବେଳେ ରାସ୍ତାର ଅନ୍ଯ ପାର୍ଶ୍ବଟି କବିସୂର୍ଯ୍ୟନଗର ତହସିଲରେ ଯାଉଛି। ଭାଟଖାଲି ଠାରେ ପଥର ବ୍ଳାଷ୍ଟିଙ୍ଗ ସମୟରେ ଜଣେ ଶ୍ରମିକଙ୍କ ମୃତ୍ଯୁ ଘଟଣା ଚର୍ଚ୍ଚା ବିଷୟ ହୋଇଥିଲା। କିନ୍ତୁ ମାଫିଆଙ୍କ ଚାପରେ ତଦନ୍ତ ବାଟବଣା ହୋଇଥିଲା। ଭାଟଖାଲି ପାହାଡ ଟେଣ୍ଡର ହୋଇନଥିବା ଲୋକ କହୁଛନ୍ତି। ଭାଟଖାଲି ଅଞ୍ଚଳରେ ଦୁଇ ରୁ ତିନୋଟି କ୍ରସର ଚାଲୁଛି। ତହସିଲ କାର୍ଯ୍ଯାଳୟର ଅଘୋଷିତ ନିର୍ଦ୍ଦେଶ ନାମରେ ଶନିବାର ଓ ରବିବାର ଦିନ ପଥର ବ୍ଳାଷ୍ଟିଙ୍ଗ କରାଯାଏ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ମାଫିଆଙ୍କ ଠାରୁ ମାସିକ ମୋଟା ଅଙ୍କର ଅର୍ଥ କାହା ପକେଟକୁ ଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଘଟଣା ସମ୍ପର୍କ ଉପଜିଲ୍ଲାପାଳ ଓ ଏଡିଏମ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.