ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ ।

0 131

ଭଞ୍ଜନଗର, ୧୬/୦୩(ପିପିଟି) : ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ସୋରଡ଼ାର ଦହି ସିଂ ଗ୍ରାମକୁ ଚାଲାଣ ହେଉଥିଲା। ଏହି ସମୟରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ବେଡିଗୋବା ଠାରେ ନାମ ଯଜ୍ଞ ଦେଖି ଫେରୁଥିବା କିଛି ସାଧୁ ସନ୍ଥ ଗାଈ ଗୋରୁ କୁଆଡେ ଚାଲାଣ ହେଉଛି ବୋଲି ଚାଲାଣକାରୀଙ୍କୁ ପଚାରିଥିଲେ । ଏହାପରେ ଗୋ ଚାଲାଣକାରୀ ମାନେ ଭୟରେ ସେଠୁ ଅନ୍ଧାର ରାତିର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ଏହାପରେ ସାଧୁ ସନ୍ଥ ମାନେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ଜେନାଙ୍କ ସମେତ ଏଏସ ଆଇ ସୁଶାନ୍ତ ପଟ୍ଟନାୟକ, ଗୃହରକ୍ଷୀ ପି. ହେମନ୍ତ ରାଓ ପ୍ରମୁଖ ନିଧିଆପଲ୍ଲୀ ଛକରେ ପହଞ୍ଚି ଗାଈ ଗୋରୁ ଗୁଡିକୁ ଉଦ୍ଧାର କରିଥିଲେ। ଭଞ୍ଜନଗର ପୋଲିସ ଏବଂ ସାଧୁ ସନ୍ଥ ମାନେ ଏକ ବଡ଼ ଧରଣର ବେନିୟମ ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି । ଅପରପକ୍ଷେ ୭୦ଟି ଗାଈ ଗୋରୁଙ୍କୁ ରଖିବା ପାଇଁ ବୁଗୁଡ଼ା ନିକଟସ୍ଥ କରଚୁଲିର ଆନନ୍ଦ ଚାରିଟେବୁଲ ଟ୍ରଷ୍ଟ କୁ ରବିବାର ସକାଳେ ନିଆ ଯାଇଥିବା ଜଣାପଡିଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ କେସ ନଂ ୨୭୪/୨୫ରେ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତ ମନୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଠାରୁ ଏକ ହୋଣ୍ଡା ମୋଟର ସାଇକେଲ ଜବତ ହୋଇଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

(ରିପୋର୍ଟ-ଜେ କେ ପଟ୍ଟନାୟକ)

Leave A Reply

Your email address will not be published.