ବୋଲଗଡ଼,୨୫/୧୨(ପିପିଟି):ସାରା ରାଜ୍ୟରେ ବଢିଚାଲିଛି ଶୀତର ଲହରୀ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷାକରିବା ଲକ୍ଷରେ ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସହ ଯୋଗରେ ବାଦାନ୍ୟ ଜନ୍ମଜୟ ପଟ୍ଟନାୟକ ତାଙ୍କର ଧର୍ମପତ୍ନୀ ସୁବାଷିନୀ ପଟ୍ଟନାୟକ ତାଙ୍କର ଦୁଇ ପୁତ୍ର ଦୁର୍ଗାସିସ୍,ଦୁର୍ଗେସ ତରଫରୁ ଜରାଶ୍ରମରେ ଅନ୍ତେବାସୀ ମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତର ସାଗରଗୁଆଁ ସ୍ଥିତ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଗୁରୁବାର ପୂର୍ବାହ୍ନରେ ମାଗଣାରେ କମ୍ବଳ ଓ ସୁଖିଲାଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଅଛି। ଏବଂ ପରେ ସାଗରଗୁଆଁସ୍ଥିତ ଅଲ୍ଟ୍ରାରେ ଥିବା ମୂକ, ବଧିର ତଥା ମାନସିକ ଅନଗ୍ରସର ତଥା ଓ ସେଛ୍ୱାକୃତ କର୍ମଚାରୀ ମାନଙ୍କୁ ପି.ଏସ.ଏସ.ଏସ ତରଫରୁ ସୁଖିଲାଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ ପ୍ରକ୍ରିୟାରେ ଅଲ୍ଟ୍ରାର ସମ୍ପାଦକ ବ୍ରହ୍ମଚାରୀ ରାୟଙ୍କ ନିର୍ଦେଶକ୍ରମେ ସଂସ୍ଥା ପରିଚାଳନା ମୁଖ୍ୟ ରାଜ କିଶୋର ରାୟ ଯୋଗଦେଇଥିଲେ ଓ ବୃଦ୍ଧାଶ୍ରମର ପରିଚାଳନା ମୁଖ୍ୟ ପ୍ରକାଶ ଚନ୍ଦ୍ର ବାରିକ ଉପସ୍ଥିତ ଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।