ବୋଲଗଡ଼,୧୧/୧୦(ପିପିଟି):ବୋଲଗଡ଼ ବ୍ଲକ ବଡ଼କୁମାରୀ ପଂଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁକ୍ରବାର ପୂର୍ବାହ୍ନରେ ମାଗଣାରେ କମ୍ବଳ ଓ ଫଳ ବଣ୍ଟନ କରାଯାଇଅଛି।ବିଶେଷ ସୂଚନା ଯୋଗ୍ୟ ଏହି କି ଯେ ସାଗରଗୁଆଁସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଲ୍ଟ୍ରା ଦ୍ଵାରା ପରିଚାଳିତ ହାଟବସ୍ତ ବୃଦ୍ଧାଶ୍ରମରେ ଅନ୍ୟୁନ ୨୭ଜଣ ବୃଦ୍ଧ ଓ ବୃଦ୍ଧା ଅନ୍ତେବାସୀ ଭାବେ ରହିଛନ୍ତି।ନୟାଗଡ଼ ଜିଲ୍ଲା ମାନବାଧିକାର ସଦସ୍ୟ ତଥା ସମାଜସେବୀ ରବି ଦୋରାସମ୍ପୃକ୍ତ ବୃଦ୍ଧାଶ୍ରମରେ ପହଂଚି ସ୍ୱଜନ୍ୟତାର ସହ ଅନ୍ତେବାସୀ ମାନଙ୍କୁ ମାଗଣାରେ କମ୍ବଳ ଓ ଫଳ ବଣ୍ଟନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।ଏହି ବଣ୍ଟନ ପ୍ରକ୍ରିୟାରେ ଅଲ୍ଟ୍ରାର ସମ୍ପାଦକ ବ୍ରହ୍ମଚାରୀ ରାୟଙ୍କ ନିର୍ଦେଶକ୍ରମେ ସଂସ୍ଥା ପରିଚାଳନା ମୁଖ୍ୟ ରାଜ କିଶୋର ରାୟ ଯୋଗଦେଇଥିଲେ ଓ ବୃଦ୍ଧାଶ୍ରମର ପରିଚାଳନା ମୁଖ୍ୟ ସଦସ୍ୟ ସୁରେଶ ମୁଦୁଲି ଉପସ୍ଥିତ ଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ)