ବୁର୍ଲା ଭିସୁଟର କାୟାକଳ୍ପ ପାଇଁ ୯୩୦ କୋଟିର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ।

0 0

ବୁର୍ଲା, ୦୬/୦୪ : ବୁର୍ଲା ଭିସୁଟର କାୟାକଳ୍ପ ପାଇଁ ୯୩୦ କୋଟିର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁନଃର୍ବିକାସ ଯୋଜନାକୁ ରାଜ୍ୟ କେବିନେଟରେ ମଞ୍ଜୁରୀ । ରାଜ୍ୟର ସର୍ବପ୍ରଥମ ତଥା ଦେଶର ନବମ ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଏହା ସହିତ ତଥା ପରର୍ବି ସମୟରେ ଆରମ୍ଭ ହୋଇଥିବା ଅନୁରୁପ ଶିକ୍ଷାନୁଷ୍ଠାନ ମାନଙ୍କ ଭଳି ଉନ୍ନିତ ହୋଇ ପାରି ନାହିଁ । ଏହା ପ୍ରଥମ ସ୍ୱୟଂଶାସିତ ସଂସ୍ଥାନ ଭାବରେ ଗ ଢ଼ି ଉଠିଥିଲା, ତା ପରେ ଆଶାନୁରୁପ ତଥା ଆଶାଙ୍କିତ ବିକାଶ ପଥରେ ଅଗ୍ରସର ହୋଇ ପାରି ନ ଥିଲା । ଏବେ ହୋର କାୟାକଳ୍ପ ପାଇଁ ଦୃଷ୍ଟି ପଡ଼ିଛି । ଏହି ପୃଷ୍ଠଭୁମିରେ ଭିସୁଟର ପୁର୍ନବିକାଶ ପ୍ରକଳ୍ପକୁ ରାଜ୍ୟ କେବିନେଟ ଅନୁମୋଦନ କରିଥିବା ଜଣାପ ଡ଼ିଛି । ରାଜ୍ୟ ସରକାରଙ୍କ ବିକଶିତ ଓ ଡିଆ ଲକ୍ଷକୁ ହାସଲ କରିବା କ୍ରମରେ ଭିସୁଟର ଭିିଭୁମି ଓ ସୁବିଧା ଗୁଡ଼ିକର ପୁର୍ନବିନ୍ୟାସ ଏବଂ ସମ୍ପ୍ରସାରଣ କରାଯିବ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ବିକାଶ ଭିସୁଟ ପାଇଁ ଷ୍ଟେଜ-୧, ପେକେଜ-୧ କାର୍ଯ୍ୟକାରୀ କରିବାକୁ ମଞ୍ଜୁରି ଦିଆଯାଇଛି । ଜାତୀୟ ସ୍ତରର ବୈଷୟିକ ପ୍ରତିଷ୍ଠାନ ଭାବରେ ଗ ଢ଼ିବା ପାଇଁ ଭିସୁଟରେ ଶୈଖିକ, ଗବେଷଣା, ଆବାସିକ ଆବଶ୍ୟକତାକୁ ଦଶ ହଜାର ଛାତ୍ରଛାତ୍ରୀଙ୍କ ସକାଶେ ବିକଶିତ କରାଯିବ । ଏଥିରେ ଏକଡେମିକ ବ୍ଲକ, ପରୀକ୍ଷା ଗାର, ଛାତ୍ରାବାସ, ୟୁଟିଲିଟି ସିଷ୍ଟମ ଅନ୍ୟାନ୍ୟ ସୁବିଧା ଏବଂ ଆବଶ୍ୟକ ବିକାଶ ଯୋଜନା ନିର୍ମାଣ କରାଯିବ । ଡ଼ିଜାଇନ, ବୈଷୟିକ ଓ ନିର୍ମାଣ କାର୍ଯ୍ୟ ଏବଂ ନିର୍ମାଣ ସମ୍ପୁର୍ଣ୍ଣ ହେବା ପରେ ଏକ ବର୍ଷ ପାଇଁ ରକ୍ଷଣବେକ୍ଷଣକୁ ଅର୍ନ୍ତଭୁକ୍ତ କରାଯାଇଛି । କ୍ଷମତା ସମ୍ପ୍ରସାରଣ, ଶିକ୍ଷା ଓ ଗବେଷଣା ହବ ନିର୍ମାଣ ଲକ୍ଷ ନେଇ ଭିସୁଟକୁ ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ରୁପାନ୍ତରିତ କରାଯିବ । ଏହାଦ୍ୱାରା ଓ ଡ଼ିଶାର ଦିର୍ଘକାଳିନ ବୈଷୟିକ ଶିକ୍ଷା ଏବଂ ଦକ୍ଷ ମାନବ ସମ୍ବଳ ବିକାଶ ପାଇଁ ଲକ୍ଷ ରଖାଯାଇଛି । ରାଜ୍ୟ ସରକାର ପ୍ରକଳ୍ପ ଓ ଯୋଜନାର ଏହି ପର୍ଯ୍ୟାୟ ସକାଶେ ୯୬୨ କୋଟି ୯୬ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏନସିସି ଲିମିଟେଡ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଯୋଗ୍ୟତା ହାସଲ କରିଥିବା ଜଣାପଡ଼ିଛି । ହୀରାକୁଦ ନଦୀବନ୍ଧ ସମ୍ପୂର୍ଣ୍ଣ ହେବା ସହିତ ୧୯୫୬ ଅଗଷ୍ଟ ୧୨ ତା ଦିନ ୩ ଟି ବିଭାଗ ଏବଂ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ତତ୍କାଳୀନ ୟୁସିିଇ ତଥା ବର୍ତ୍ତମାନର ବୁର୍ଲା ଭିସୁଟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏଠାରେ ୨୦ ରୁ ଉର୍ଦ୍ଧ୍ବ ବିଭାଗରେ ବି-ଟେକ୍, ଏମ-ଟେକ୍, ପିଏଚଡିରେ ପ୍ରାୟ ୫ ହଜାର ତଦୁର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସହିତ ବିଭିନ୍ନ ନିର୍ମାଣ ପ୍ରକଳ୍ପ ପାଇଁ ଭିସୁଟ ବୈଷୟିକ ମାର୍ଗ ଦର୍ଶକ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିଥାଏ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଯୋଜନା ଭଳି ବିଭିନ୍ନ ପ୍ରକଳ୍ପରେ ଭିସୁଟର ଗବେଷକ ମାନଂକ ଭୂମିକା ରହିଛି। ଏହିଭଳି ରୋବର୍ଟ, ମହାକାଶ ଗବେଷଣା ପ୍ରଭୃତି କ୍ଷେତ୍ରରେ ଭିସୁଟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରଷ୍କୃତ ହୋଇଛନ୍ତି।

Leave A Reply

Your email address will not be published.