ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ ।

0 212

ବେଲଗୁଣ୍ଠା, ୧୭/୦୯(ପିପିଟି):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ୍ କେନ୍ଦ୍ରର ସଭାପତି ଦେବେଶ ଚନ୍ଦ୍ର ମହପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ର୍ରମରେ ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ତାଲିମ ଛାତ୍ର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ବର୍ଷ ଛାତ୍ରମାନଙ୍କ ମଧ୍ୟରୁ ଟ୍ରେଡ ଟପର ସଞ୍ଜୟ କୁମାର ସ୍ୱାଇଁଙ୍କୁ ସଂପାଦକ ଚିତ୍ତରଂଜନ ରଥ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ତତ୍ ସହିତ ପ୍ରଥମ ବର୍ଷର ଛାତ୍ରମାନଂକ ମଧ୍ୟରୁ ଟ୍ରେଡ ଟପର ଗଣେଶ ସ୍ୱାଇଁଙ୍କୁ ଏକାଡେ଼ମିକ୍ ଅଧିକାରୀ ରମେଶ ଚନ୍ଦ୍ର ମହପାତ୍ର ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ତାଲିମ ଅଧିକାରୀ ଯଥାକ୍ରମେ ସନ୍ତୋଷ କୁମାର ପାଢୀ ଏବଂ ସୁରେଶ କୁମାର ଗୌଡ଼, ସୁଶାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.