ବୁଗୁଡା ପିପୁଲସ କଲେଜରେ ” ଓଡିଆ ପକ୍ଷ ” ପାଳନ ସମାରୋହ ।

0 180

ପୋଲସରା,୦୩/୦୪ (ପିପିଟି)  : ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୬ ଏପ୍ରିଲ ୦୧ ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ୨୦୨୬ ପାଳନ ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ଏପ୍ରିଲ ୦୨ ତାରିଖ ଦିନ “ଓଡ଼ିଆ ପକ୍ଷ” ପାଳନ ଅବସରରେ ଗଳ୍ପ, କବିତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସହ ପାରମ୍ପରିକ ପୋଷାକ ପରିଧାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ସମୂହ ପଣା ପାନ କରିବା ସହିତ ରାସ୍ତା କଡର ଜଣସାଧାରଣଙ୍କ ଉଦ୍ଦେଶ୍ୟରେର ପଣା ପାନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। କଲେଜର ଛାତ୍ରଛାତ୍ରୀ ବୃନ୍ଦ ଓଡ଼ିଆମାନଙ୍କ ବିଭିନ୍ନ ପାରମ୍ପରିକ ପୋଷାକ ପରିଧାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.