ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ଶିବିର ।

0 199

ପୋଲସରା,୧୯/୦୨ (ପିପିଟି):ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଘୁମୁସର ଦକ୍ଷିଣ ବନଖଣ୍ଡ ଭଞ୍ଜନଗର ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ଶିବିର ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ୱାବଧାନରେ ବାଘୁଆ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦକ୍ଷିଣ ଘୁମୁସର ଡିଭିଜନ IFSD ସୁଶ୍ରୀ ଲାବଧି ଜୈନ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ AFS ପ୍ରଦୀପ କୁମାର ବେହେରା,ଗୌରୀ ଶଙ୍କର ମିଶ୍ର,ବିଭୁତି ଭୂଷଣ ମିଶ୍ର,ବି. ଗୋପାଳ ଚନ୍ଦ୍ର ପାତ୍ର,ଗଙ୍ଗାଧର ବିଷୋୟୀ,ତାକରଡ଼ା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ,ବିରଞ୍ଚି ପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସେଠୀ,ବି.କରଡ଼ାବାଡ଼ି ସରପଞ୍ଚ, କରଚୁଲି,ଭଗବାନ ପୁର,ବୁଡୁରୁଙ୍ଗୁ ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପାଞ୍ଜଳି ଦେଇଥିଲେ । ତା’ପରେ ଜଙ୍ଗଲରେ ନିଆଁ ଲାଗିଲେ ତା’ର ପ୍ରତିରୋଧ କରିବା ପାଇଁ କଣ କଣ କରିବା ଦରକାର ଏବଂ ଜଙ୍ଗଲରେ ନିଆଁ ଲାଗିଲେ ଆମ ଜନସାଧାରଣଙ୍କ କଣ କଣ କ୍ଷତି ହୁଏ ସବୁ କିଛି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବନବିଭାଗର ଗଜ ସାଥୀ,ଜଙ୍ଗଲ ନିଆଁ ଲିଭାଳି ଗ୍ରୁଫ ଏବଂ ପ୍ରତ୍ୟେକ ଅଞ୍ଚଳର ଜଙ୍ଗଲ ସୁରକ୍ଷା ବାହିନୀ ସଙ୍ଘ ମାନେ ଉପସ୍ଥିତ ରହିଥିବା ସହ ପ୍ରକୃତି ପ୍ରେମୀ ତ୍ରିଲୋଚନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ବନାଞ୍ଚଳ ବିଭାଗର ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.