ବୀରମହାରାଜପୁର ରେ ବିଶ୍ୱ ହିନ୍ଦୁ ପରିଷଦର ବୈଠକ ।

0 320

ସୁବର୍ଣ୍ଣପୁର ,୩୦/୦୭(ପିପିଟି) : ଆଜି ବିଶ୍ୱ ହିନ୍ଦୁ ପରିଷଦ (ଓଡିଶା ପଶ୍ଚିମ) ର ସୁବର୍ଣ୍ଣପୁର ଜିଲ୍ଲା ବୈଠକ ବୀରମହାରାଜପୁର ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରେସିଡିଏନ୍ସୀ ରେ ଅନୁଷ୍ଟିତ ହୋଇ ଯାଇଛି l ଏହି ବୈଠକ ରେ ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି ଡ଼. ରାଜକୁମାର ବଡ଼ପଣ୍ଡା, ପ୍ରାନ୍ତ ଧର୍ମପ୍ରସାର ପ୍ରମୁଖ ଦିଲୀପ ମେହେର ଉପସ୍ଥିତ ଥିଲେ l ଜିଲ୍ଲା ଉପସଭାପତି ଶ୍ରୀମତୀ ସଂଜୁ ରାଣୀ ସିଂ ,ଜିଲ୍ଲା କାର୍ଯ୍ୟକରି ସଭାପତି ନୀଳାମ୍ବର ହୋତା, ଜିଲ୍ଲା ସହ ସମ୍ପାଦକ ବିଷ୍ଣୁ ବେଜ,ଜିଲ୍ଲା ସତସଙ୍ଗ ପ୍ରମୁଖ ରାକେଶ କୁ. ବାରିକ, ଜିଲ୍ଲା ବଜରଙ୍ଗ ମିଳନକେନ୍ଦ୍ର ପ୍ରମୁଖ ଅଂଶୁମାନ ପଣ୍ଡା,ବୀରମହାରାଜପୁର ପ୍ରଖଣ୍ଡ ସଭାପତି ଦୁର୍ଯୋଧନ ମେହେର, ପ୍ରଖଣ୍ଡ ସମ୍ପାଦକ ତ୍ରିନାଥ ସାହୁ, ବଜରଙ୍ଗ ସହସଂଯୋଜକ ରମାକାନ୍ତ ହୋତା ଓ ପ୍ରକାଶ ପଧାନ, ତରଭା ପ୍ରଖଣ୍ଡ ସମ୍ପାଦକ ରାଜେଶ କୁମାର ଦାଶ ପ୍ରଭୃତି ଉପସ୍ଥିତ ଥିଲେ l ଏହି ବୈଠକ ରେ ବିଶ୍ୱ ହିନ୍ଦୁ ପରିଷଦ ର ନୂଆ ସ୍ଥାନ ରେ ସମିତି ନିର୍ମାଣ ଉପରେ ଆଲୋଚନା କରି ଆଗକୁ ଆସୁଥିବା ୬୦ ତମ ଜନ୍ମ ବାର୍ଷିକ ଓ ଅଖଣ୍ଡ ଭାରତ ଦିବସ ପାଳନ କରାଯିବାକୁ ପ୍ରସ୍ତୁତି ହୋଇଥିଲା

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.