ବୀରମହାରାଜପୁର ରେ ନାଗରିକ ସମ୍ବର୍ଦ୍ଧନା ସମାରୋହ ।

0 281

ସୁବର୍ଣ୍ଣପୁର ,୧୧/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର କଲ୍ୟାଣ ମଣ୍ଡପ ଠାରେ ଆଜି ନାଗରିକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, ବିଧାୟକ ରଘୁନାଥ ଜଗଦଳା ଯୋଗଦେଇ ମଞ୍ଚାସିନ ହୋଇଥଲେ। ନିର୍ବାଚନ ଇସ୍ତାହାର ରେ ଦିଆଯାଇଥିବା ପ୍ରତିଶୃତି ସବୁକୁ ନିଶ୍ଚିତ ଭାବରେ ପୂରଣ କରାଯିବ। ସରକାର ହେଉଛି ଲୋକଙ୍କ ସରକାର ଲୋକମାନେ ଅଭିଯୋଗ କରିବା ପାଇଁ ଆମ ପାଖକୁ ଆସିବେ ନାହିଁ ବରଂ ଆମେ ଲୋକଙ୍କ ପାଖରେ ପହଞ୍ଚି ଅଭିଯୋଗ ଶୁଣିବୁ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଯୋଉ ଦାବି ଆପତ୍ତି କରୁଛନ୍ତି ପରେ ତାର ବିଚାର କରାଯାଇ ଦାବି ପୂରଣ କରାଯିବ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ସଙ୍ଘ ,ଓକିଲ ସଙ୍ଘ, ଆମ୍ବେଦକର ସେବା ସଙ୍ଘ, ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଙ୍ଘ, ଆୟୁବେଦ ସେବା ସଙ୍ଘ ,ପଚାୟତ ପ୍ରତିନିଧି ସଙ୍ଘ, ଲକ୍ଷେ ଘର ଗଣ୍ଡା ସମାଜ, କୃଷକ ବିକାଶ ପରିଷଦ ନବ ନିର୍ମାଣ କୃଷକ ସଂଗଠନ, ଏସଏଚଜି ଗ୍ରୁପ ,କୃଷି ବିଭାଗ, ବିଦ୍ୟୁତ ବିଭାଗ ,ଭାଜପା ପରିବାର ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ,ବିଧାୟକ ଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ ସଭା ପରିଚାଳନା କରିଥିଲେ ।ଏହି ସଭାରେ ବହୁ ଜନ ସାଧାରଣ ଯୋଗଦେଇ ଥଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.