ବୀରମହାରାଜପୁର ମୁଖ୍ୟ ଛକର ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି ।

0 321

ସୁବର୍ଣ୍ଣପୁର ,୨୫/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଥିବା ହାଇମାଷ୍ଟ ଲାଇଟ ଅଚଳ ଅବସ୍ଥାରେ ପଡ଼ିରହିଥିବାରୁ ଛକତି ଅନ୍ଧାରରେ । ଉକ୍ତ ଛକ ଦେଇ ସଦାସର୍ବଦା ବିଭିନ୍ନ ଯାନବାହାନ ଚଳାଚଳ କରିଥିବାବେଳେ ଏଠାରେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଅନେକ ଯାତ୍ରୀ ଦୁର ସ୍ଥାନକୁ ଯିବା ପାଇଁ ବସ କୁ ଅପେକ୍ଷା କରିଥାନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ ତଥା ଜନସାଧାରଣ ଅନ୍ଧାର ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଛକ ଦେଇ ଅନେକ ସମୟରେ ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଯାଉଥିଲେ ମଧ୍ୟ ଏଥି ପ୍ରତି କାହାର ଦୃଷ୍ଟି ପଡୁନଥିବା ମନେ ହେଉଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.