ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

0 39

ସୁବର୍ଣ୍ଣପୁର ,୧୫/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ପୂର୍ବାହ୍ନ ରେ ନିକଟସ୍ଥ ବାଗବାର ଚନ୍ଦ୍ରମଣି ମଠ ଓ ହନୁମାନ ବାଟିକା ରୁ ମଶାଲ ଶୋଭାଯାତ୍ରା ରେ ଆସିଲା ପରେ ବୀରମହାରାଜପୁର କଲେଜର ଅବସର ପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ଓ ଅନୁଷ୍ଠାନ ର ଅଧ୍ୟକ୍ଷ ଆଶୁତୋଷ ହୋତା ଏହି କ୍ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ଏହି ଉଦ୍ଘାଟନୀ ସଭାରେ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତା ସଭାପତିତ୍ୱ କରିଥିବା ବେଳେ ବୀରମହାରାଜପୁର କଲେଜ ର ଅବସରପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ. ପରେ ଦୌଡ(୧୦୦,୨୦୦ ଓ ୪୦୦ ମିଟର )ଲମ୍ବ ଡିଆଁ, ଶଟ ପୁଟ, ଡିସ୍କସ ଓ ଜାଭଲିନ ଥ୍ରୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଅପରାହ୍ନ ରେ କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ସଭା ରେ ବୀରମହାରାଜପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠ ପଢା ସହ କ୍ରୀଡା ର ମହତ୍ୱ ବିଷୟ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ. ପରିଚାଳନା କମିଟି ର ସମ୍ପାଦକ ତଥା ବୀରମହାରାଜପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଂଜିତ କୁମାର ରଥ ଓ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ.କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସନ୍ତୋଷିନୀ ନାୟକ ସଂଯୋଜନା କରିଥିବା ବେଳେ ଶେଷ ରେ କଲେଜ ର ଖେଳ ଶିକ୍ଷୟତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ.ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନଂକୁ ଅତିଥି ମାନେ ପୁରସ୍କୃତ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.