ବୀରମହାରାଜପୁର ମହାବିଦ୍ୟାଳୟରେ ପ୍ରାଥମିକ ସହାୟତା ସମ୍ପର୍କରେ ଆଲୋଚନାଚକ୍ର ।

0 103

ଉଲୁଣ୍ଡା ,୧୭/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ‘ନୂଆ -ଓ ପକ୍ଷରୁ ଯୁବ ଓଡିଶା – ନବୀନ ଓଡିଶାର ପୃଷ୍ଠପୋଷକତାରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯକ୍ରମ ପର୍ଯ୍ୟାୟରେ ପ୍ରାଥମିକ ସହାୟତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ ବିଭାଗର ନୋଡାଲ ଅଫିସର ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ,ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପଧାନ, ଯୁକ୍ତ ଦୁଇ ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ,ପ୍ରଶିକ୍ଷକ ଅଧ୍ୟାପକ ଉଦ୍ଧବ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟାପକ ଡ. ଶିଶିର ବଣିଆ ସଭା ସଂଯୋଜନା କରିବା ସହିତ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.