ବୀରମହାରାଜପୁର ବ୍ଲକରେ ମନରେଗା ସାମାଜିକ ସମୀକ୍ଷା ବୈଠକ ।

0 245

ଉଲୁଣ୍ଡା ,୩୦/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପରିଷଦ ପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ କହଁର ସମସ୍ତ ପ୍ରକଳ୍ପର ସମୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ର ୧୫ ଗୋଟି ଗ୍ରାମପଞ୍ଚାୟତର ମନରେଗାରେ ହୋଇଥିବା କାର୍ଯ୍ୟ ର ସମୀକ୍ଷା କରିବା ସହିତ ବନ ବିଭାଗ, ଜଳଛାୟା ବିଭାଗ, ଉଦ୍ୟାନ ବିଭାଗ ଅଧୀନରେ ଥିବା କର୍ମନିଯୁକ୍ତି ର ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକ ରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ବ୍ଲକ ସାମାଜିକ ସମୀକ୍ଷା ସଦସ୍ୟ କିଶୋର ହୋତା, ପ୍ରଭଞ୍ଜନ କର୍ମୀ, ସୁରୁ ନାରାୟଣ ମହାକୁର, ଜିଲ୍ଲା ମନରେଗା ଅଧିକାରୀ ସୁବ୍ରତ ମହାକୁର ମନରେଗା ବ୍ଲକ ସମୀକ୍ଷକ ଚୈତନ୍ୟ ମଲ୍ଲିକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଜୁନିୟର ଇଂଜିନିୟର, ସହକାରୀ ଯନ୍ତ୍ରୀ,ଜି ଆର ଏସ, ଭି ଆର ବି,ପି ଆର ଆଇ ସଦସ୍ୟ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମ୍ବିତ ମହାକୁର ପରିଚାଳନା କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.