ବୀରମହାରାଜପୁର ଠାରେ ଆହାର କେନ୍ଦ୍ର ଖୋଲିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି ।

0 320

ଉଲୁଣ୍ଡା ,୦୮/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘର ସଭାପତି ଡ଼. ପ୍ରଫୁଲ୍ଲ ରଥଙ୍କ ନେତୃତ୍ବରେ ବୀରମହାରାଜପୁର ଠାରେ ଏକ ଆହାର କେନ୍ଦ୍ର ଖୋଲିବାକୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦାବିପତ୍ର ଗ୍ରହଣ କରିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ମାନଙ୍କୁ ଅତିଶିଘ୍ର ଆହର କେନ୍ଦ୍ର ଖୋଲିବାକୁ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ସଂଗଠନ ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ,ସଦସ୍ୟ ଭଗବାନ ମିଶ୍ର, ଭୂଷଣ ପାତ୍ର, ଦୟାନିଧି ହୋତା, ଧନୁ ପ୍ରଧାନ, ଅକ୍ଷୟ ମିଶ୍ର, ଅକ୍ରୁର ଦନ୍ତା, ଦିଲ୍ଲିପ ତ୍ରିପାଠୀ, ଚମରା ମହାକୁର, ସୁରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.