ବି.ଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବି କଲେ ମହିଳା ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ ।

0 112

ଯାଜପୁର,୨୫/୧୨(ପିପିଟି) : ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ୍ I ଏନେଇ ସମଗ୍ର ଦେଶରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ୍ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । କଂଗ୍ରେସ୍ ଦଳ ପକ୍ଷରୁ ଦଳୀୟ ନେତା ଏବଂ କର୍ମୀ ମାନେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବୀ କରିଛନ୍ତି । ବି.ଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମହିଳା ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ । ସେହିପରି ବିଜେପି ଦଳ ପକ୍ଷରୁ ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା ଏତାଲାକୁ ଫେରାଇ ଆଣିବାକୁ ମଧୁସ୍ମିତା ଦାବି କରିଛନ୍ତି ।

Leave A Reply

Your email address will not be published.