ବି.ଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବିରେ ସୋରଡ଼ା କଂଗ୍ରେସ୍ରର ସ୍ମାରକପତ୍ର ।

0 68

ବେଲଗୁଣ୍ଠା,୨୫/୧୨(ପିପିଟି) : ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ୍ I ଏନେଇ ସମଗ୍ର ଦେଶରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ୍ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି I କଂଗ୍ରେସ୍ ଦଳ ପକ୍ଷରୁ ଦଳୀୟ ନେତା ଏବଂ କର୍ମୀ ମାନେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବୀ କରିଛନ୍ତି I ବି.ଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବିରେ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ୍ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି I ସେହିପରି ବିଜେପି ପକ୍ଷରୁ ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା ଏତାଲାକୁ ଫେରାଇ ଆଣିବାକୁ କଂଗ୍ରେସ୍ ପକ୍ଷରୁ ଦାବି କରାଯାଇଛି I ସୋରଡା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ହରି କୃଷ୍ଣ ରଥଙ୍କ ନେତୃତ୍ୱରେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା,କଂଗ୍ରେସ୍ ନେତା ପ୍ରଶାନ୍ତ ବିଷୋୟୀ, ବିନାୟକ ଗୌଡ଼, ବୁଦ୍ଧଦେବ ମଳିକ, ସନ୍ତୋଷ ସାହୁ, ମନୋଜ ବରଡ଼ ପ୍ରମୁଖ ପ୍ରତିବାଦ ସ୍ଵରୂପ ହାତରେ ଆମ୍ବେଦକରଙ୍କ ଫଟୋ ଧରି ବେଲଗୁଣ୍ଠା ତହସିଲଦାର,ସୋରଡା ତହସିଲଦାର ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଏହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I

ରିପୋର୍ଟ- -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.