ପୋଲସରା,୦୪/୦୧(ପିପିଟି) : ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତିଓଟ ଗ୍ରାମପଞ୍ଚାୟତ ଧୋୟାକଣା ଗ୍ରାମର ରୋହିତ କୁମାର ପ୍ରଧାନ ଏବଂ ସୁଭାଗିନି ପ୍ରଧାନ ଙ୍କ ଏକ ମାତ୍ର ପୁତ୍ର ରୁଦ୍ରାଂଶ ପ୍ରଧାନ, ମାତ୍ର ୨ ବର୍ଷ ୭ ମାସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ୨୦୨୪ରେ ସମ୍ମାନିତ ହୋଇଛନ୍ତି ।ସେ ୧୯ଟି ଫଳ, ୨୪ଟି ପନିପରିବା,୪୧ଟି ପ୍ରାଣୀ,୧୭ଟି ଯାନବାହାନ,୧୨ଟି ଆକୃତି,୮ଟି ସରୀସୃପ,୧୦ଟି କମ୍ପ୍ୟୁଟର ଅଂଶଗୁଡ଼ିକ,୧୨ଟି ଦେବତା,୧୧ଟି ଐତିହାସିକ ସ୍ଥଳ,୧୦ଟି ପ୍ରତିଦିନିଆ କାର୍ଯ୍ୟକଳାପ,୫ଟି ଇ଼ଂରାଜି ନର୍ସରୀ ରାଇମ୍,ସାପ୍ତାହିକ ୭ ଦିନର ନାମ,୧୪ଟି ଭାରତୀୟ ଜାତୀୟ ପ୍ରତୀକ,୨୪ଟି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ,୨୮ଟି ଭାରତୀୟ ରାଜ୍ୟ ଓ ତାର ରାଜଧାନୀ,୨୦ଟି ଦେଶ ଓ ତାର ରାଜଧାନୀ,୯ଟି ପ୍ରାଣୀଙ୍କର ଶବ୍ଦ ଏବଂ ୫ଟି ବ୍ୟାୟମ ପ୍ରଦର୍ଶନ କରି ଉକ୍ତ ରେକଡ଼ର୍ ଅଧିକାରୀ ହୋଇ ପାରିଛନ୍ତି । ପୁଣି ୩ ମାସ ପରେ ୨ବର୍ଷ ୧୦ ମାସ ହୋଇଥିବା ବେଳେ ୧୯ଟି ସରକାରୀ ଦଲିଲକୁ ମାତ୍ର ୨ ମିନିଟ୍ ୧୨ ସେକେଣ୍ଡରେ ଚିହ୍ନଟ କରି ଉକ୍ତ ରେକଡ଼ର୍ ଗ୍ରାଣ୍ଡ ମାଷ୍ଟର ଉପାଧି ହାସଲ କରିବାରେ ସଫଳ ହୋଇଛନ୍ତି ।ଏଠାରେ ସ୍ମରଣ କରି ଦିଆଯାଇପାରେ କି ରୁଦ୍ରାଂଶଙ୍କ ପୂର୍ବରୁ ହରିୟାଣା ରାଜ୍ୟର ଆରବ୍ ଗିରି, ୩ ବର୍ଷ ୧୧ ମାସରେ ୧୦ଟି ସରକାରୀ ଦଲିଲ୍ କୁ ଚିହ୍ନଟ କରିଥିବା ବେଳେ ତାଙ୍କ ରେକର୍ଡକୁ ରୁଦ୍ରାଂଶ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ଏତେ ଅଳ୍ପ ବୟସରେ ଏଭଳି ବିରଳ ସଫଳତା ପାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାର ସ୍ରୋତ ପାଲଟିଥିବା ବିସ୍ମୟ ରୁଦ୍ରାଂଶଙ୍କ କୃତିତ୍ଵକୁ ନେଇ ପରିବାର ଲୋକେ ଗର୍ବିତ ହେବା ସହ ସାଧାରଣରେ ଭୂରି ଭୂରି ପ୍ରଶଂସା କରାଯାଇଛି।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା