ବିଶ୍ୱ କର୍କଟ ଦିବସ ପାଳନ ।

0 347

ତିର୍ତ୍ତୋଲ,୪/୦୨(ପିପିଟି):କଟରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏସ୍ ଏନ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଅମିୟ ରଞ୍ଜନ ବଳଙ୍କ ଉଦ୍ୟମ କ୍ରମେ ବିଶ୍ଵ କର୍କଟ ଦିବସ ଉପଲକ୍ଷେ ଆଜି ଦିବା ୧୧ଟା ସମୟରେ ଏସ୍ ଏନ୍ ଫାଉଣ୍ଡେସନ ଓ ରୋଟାରୀ କ୍ଲବ ଜଗତସିଂହପୁର ଙ୍କ ମିଳିତ ସହଯୋଗରେ କର୍କଟ ରୋଗ ସଚେତନତା ଶିବିରର ଆୟୋଜନ କରାଯାଇଛି। କଟରା ଗ୍ରାମ ପଞ୍ଚାୟତର ସରପଞ୍ଚ ସଂହିତା ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି,ସନ୍ ହସ୍ପିଟାଲ ଜଗତସିଂହପୁରର ମାଲିକ ଚିତ୍ତରଞ୍ଜନ ରଥ, ମୁଖ୍ୟ ବକ୍ତା ଭାବେ ସେଞ୍ଚୁରିଆନ୍ ୟୂନିଭରସିଟି କର୍କଟ ରୋଗ ବିଭାଗର ପିଏଚଡ଼ି ଛାତ୍ର ପ୍ରଳୟ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶତାବ୍ଦୀ ପ୍ରିୟଦର୍ଶିନୀ,ଚମ୍ପାହାଟ ପି ଏଚ୍ ସିର ଏଏନ୍ଏମ୍ ସୁପରଭାଇଜର ଆଲତା ଦାସ, ହୋମିଓପାଥି ଚିକିତ୍ସକ ବୈରାଗୀ ଚରଣ ଆଚାର୍ଯ୍ୟ, ଶିକ୍ଷାବିତ୍ ଶାରଦା ପ୍ରସନ୍ନ ଚଇନି, ସମାଜସେବୀ ଶିବ ପ୍ରସାଦ ସାହୁ, ରବିନ୍ଦ୍ର କୁମାର ମହାନ୍ତି ଏହି ସଚେତନତା ଶିବିରରେ ନିଜର ମତ ରଖିଥିଲେ। ଅଜିତ କୁମାର ପାଳ ଓ ଶିକ୍ଷାବିତ ଧୀରେନ୍ଦ୍ର ନାଥ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ । ଏହି ଶିଵିର ଆୟୋଜନରେ ଗାୟତ୍ରୀ ଆଚାର୍ଯ୍ୟ,ସଙ୍ଗୀତା ମଲ୍ଲ,ସୁଜାତା ସାହୁ, ଶିବାନୀ ରାୟ ଚୌଧୁରୀ,ପ୍ରୀତି ରଞ୍ଜନ ସ୍ବାଇଁ,ବେଣୁଧର ବିଶ୍ବାଳ, ଲକ୍ଷ୍ମୀଧର ନାୟକ,ଅମୀୟ ରଞ୍ଜନ ସ୍ବାଇଁ, ଶିତିକଣ୍ଠ ସ୍ବାଇଁ,ସନ୍ତୋଷ କୁମାର ନାୟକ, ସୂର୍ଯ୍ୟକାନ୍ତ ସ୍ବାଇଁ,ଜୟରାମ ସାହୁ, ରାଜକୁମାର ରାୟ ଚୌଧୁରୀ ,ମାନସ ଦାସ,ସୁବ୍ରତ ମହାରଣା,ଦୀପକ କୁମାର ରାଉତ, କେଦାରନାଥ ସ୍ଵାଇଁ,ଶାରଦା ଚରଣ ରାଉତ, ନୃସିଂହ ଚରଣ ସାହୁ, ପ୍ରଶାନ୍ତ କୁମାର ବେହେରା ସହଯୋଗ ପ୍ରଦାନ କରିଥିଲେ।

(ରିପୋର୍ଟ: ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.