ମାଲକାନଗିରି,୧୩/୧୦(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ ଏସବିଆଇ ଆରସେଟି ହଲ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି।ଏକ ସୁସ୍ଥ ଶରୀର ପାଇଁ ଅଣ୍ଡାର ଆବଶ୍ୟକତା ରହିଛି।ବିଶ୍ୱ ଅଣ୍ଡା ଦିବସ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ଦିନ ପାଳନ କରାଯାଇଥାଏ । ପ୍ରତିବର୍ଷ ପରି ଏହି ବର୍ଷ ମାଲକାନଗିରି ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଅକ୍ଟୋବର ମାସ ୧୩ ତାରିଖରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଣ୍ଡା ଦିବସକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ ଥିଲା ବେଳେ ଅଣ୍ଡାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଲକ୍ଷ୍ମୀଧର ବେହେରା , ଏଡ଼ିଭିଓ ଏଲପି ଡା ବିଜୟ କେତନ ପଟ୍ଟନାୟକ ,ଏଡ଼ିଭିଓ ଡିସି ଡା ଚକ୍ରଧର ଦାଶ ଏବଂ ଏଡ଼ିଭିଓ ଏଡବ୍ଲୁ ଡା ବିଜୟ ସେଠୀ ଅଣ୍ଡାର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ହସ୍ପିଟାଲର ଉପ ନିର୍ଦ୍ଧେଶକ ଡା ଅମୀୟ କୁମାର ମହାନ୍ତି ଅଣ୍ଡାର ପୌଷ୍ଟିକ ତତ୍ତ୍ବ ଉପରେ ଅନେକ ଦିଗର୍ଶନ ଦେଇଥିଲେ । ପଡିଆ ବ୍ଲକର ସଫଳ ଅଣ୍ଡା ଦିଆ କୁକୁଡ଼ା ଚାଷୀ ପଟାରି ସହ କୋରୁକୋଣ୍ଡା ବ୍ଲକର ମଣି ମୋହନ ମଲିକ ନିଜର ସଫଳତା ଉପରେ ପ୍ରକାଶ କରିଥିଲେ । ୟୁପି ସ୍କୁଲ ବୁଟିଗୁଡା , ଶିଶୁ ଗୃହ ମୁଣ୍ଡିଗୁଡା ଖଇରପୁଟ ଏବଂ ୟୁପି ସ୍କୁଲ ତଳଗୁଡା ମାଥିଲିର ଛାତ୍ରଛାତ୍ରୀଙ୍କୁ ଡା ତ୍ରିପାଠୀ ଙ୍କୁ ଅଣ୍ଡା ଖାଇବାରୁ ଦେଇଥିଲା ।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ବିଭିଓ ଏବଂ ଭିଏସଙ୍କ ସହ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)