ବିଶ୍ୱକର୍ମା ରାଜମିସ୍ତ୍ରୀ ଓ କାର୍ପେଣ୍ଟର ସଂଘର ସଂକ୍ରାନ୍ତି ବୈଠକ।

0 146

ପୋଲସରା,୧୩/୦୨ (ପିପିଟି): ବିଶ୍ୱକର୍ମା ରାଜମିସ୍ତ୍ରୀ କାର୍ପେଣ୍ଟର ସଂଘ ପୋଲସରାର ମାସିକ ବୈଠକ ଉପସଭାପତି ଜୟଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ରାଣୀପୋଡ଼ା ପଶ୍ଚିମମୁଖି ଲଙ୍ଗଳେଶ୍ବର ମନ୍ଦିର ନିକଟସ୍ଥ ଦେବସିଳ୍ପି ବିଶ୍ୱକର୍ମାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ଦେବେନ୍ଦ୍ର ପ୍ରଧାନଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଥମେ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏବଂ ଭୋଗଲାଗି ହେବାପରେ ବୈଠକ ହୋଇଥିଲା।ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ୨୦ ଜଣ ସଦସ୍ୟଙ୍କୁ ସଂଘକୁ ପରିଚାଳନାରେ ସହଯୋଗ କରିବାକୁ ଚୟନ କରାଯାଇଥିଲା। ଏଥିସହ ଆଗାମୀ ବୈଠକରେ ସଭାପତି, ଉପସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟବ୍ୟକ୍ତିଙ୍କୁ ଚୟନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ବାବୁଲି ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.