ବିଶ୍ଵ ଶାନ୍ତି ଶିଖର ସମ୍ମିଳନୀରେ ଯୋଗ ଦେବେ ଗଞ୍ଜାମ କବି ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ ।

0 252

ବେଲଗୁଣ୍ଠା ,୦୫/୦୬(ପିପିଟି):କଳା ଓ ସଂସ୍କୃତିର ଜିଲ୍ଳା ଗଞ୍ଜାମ ପାଇଁ ଗୌରବ ହେବାକୁ ଯାଉଛନ୍ତି କବିସୂର୍ଯ୍ୟନଗରର ବିଶିଷ୍ଟ କଵି ଓ ଲେଖକ ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ । କବି ଡକ୍ଟର୍ ଦଳାଇଙ୍କୁ ଯୁକ୍ତ ରାଷ୍ଟ୍ର ଆମେରିକାରୁ ଆସିଛି ନିମନ୍ତ୍ରଣ । ସୂଚନା ପ୍ରକାରେ ଅମେରିକାର ଗ୍ଲୋରିଡା ସହରରେ ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ବିଶ୍ୱ ଶାନ୍ତି ଶିଖର ସମିଳନୀରେ ଭାଗ ନେବା ପାଇଁ ଡକ୍ଟର୍ ଦଳାଇଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି । ସେଥିରେ ବିଶ୍ୱର ବିଶିଷ୍ଟ ସାହିତ୍ୟିକ ଓ ଶାନ୍ତିଦୂତ ସାମିଲ ହୋଇ ବିଶ୍ୱର ବିଭିନ୍ନ ବିଷୟରେ ଆଲୋଚନା କରିବେ । ଡକ୍ଟର ଦଳାଇ ଏହି ନିମନ୍ତ୍ରଣ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅତି ନିପଟ ମଫସଲ ଗାଁ ରୁ ଜନ୍ମିତ କବି ପ୍ରସନ୍ନ ଦଳାଇ ଆଜି ବିଶ୍ଵଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.