କୋଦଳା,୦୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଗିଲିଣ୍ଡା ଠାରେ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଜୀବନ ଦ୍ୟୁତି ଏଜୁକେସନାଲ୍ ଆଣ୍ଡ ଚାରି ଟେବୁଲ୍ ଟ୍ରଷ୍ଟ, ନୂଆଗଡ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଶିକ୍ଷକ ବିଭୂତି ପ୍ରଧାନ, ସମାଜସେବୀ ଆରତ କୁମାର ବେହେରା, ତପନ ପ୍ରଧାନ, ଗଙ୍ଗାଧର ପଟ୍ଟନାୟକ,ସମ୍ବାରିଆ ଶବର, ବିଜୟ ଶବର, ଜୀବନ ଦ୍ୟୁତି ଏଜୁକେସନାଲ୍ ଆଣ୍ଡ ଚାରି ଟେବୁଲ୍ ଟ୍ରଷ୍ଟ ର ସଂପାଦକ ଟୁକୁନା ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ପରୀପ୍ରେକ୍ଷୀରେ ବିଭିନ୍ନ ପ୍ରକାର ଫଳ ଗଛ ରୋପଣ କରାଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)