ସୁବର୍ଣ୍ଣପୁର ,୧୧/୦୭(ପିପିଟି):ସ୍ୱାସ୍ଥ୍ୟ ନିର୍ଦେଶାଳୟ ଭୁବନେଶ୍ୱର ତରଫରୁ ନିରାଡ଼ମ୍ବର ସହକାରେ ବିଶ୍ୱ ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ ହୋଇଯାଇଅଛି l ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିବାର ନିୟନ୍ତ୍ରଣ ବିଭାଗ ର ସମସ୍ତ ବିଭାଗରେ ସଫଳତା ଓ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ସାରା ରାଜ୍ୟରେ ସୁବର୍ଣ୍ଡପୁର ସ୍ବାସ୍ଥ୍ୟ ବିଭାଗ ଦ୍ଵିତୀୟ ସ୍ଥାନ ଅଧିକାର କରିଛି l ଭୁବନେଶ୍ୱର ର ଏହି ଉତ୍ସବ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ବି ଡି ଡା ଗୋପାଳ ଚନ୍ଦ୍ର ମଲ୍ଲିକ ଓ ଡି ଏମ ଆର ସି ଏଚ ସୁଧାଂଶୁ ଶେଖର ନାୟକ ଉପସ୍ଥିତ ରହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଜନସ୍ୱାସ୍ଥ୍ୟ ଡା ଜିତେନ୍ଦ୍ର ମୋହନ ବେଵର୍ତ୍ତା ,ନିର୍ଦେଶକ ପରିବାର କଲ୍ୟାଣ ଡା ସଂଯୁକ୍ତା ସାହୁ ଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରି ଜିଲ୍ଲା ର ଗୌରବ ବଢ଼ାଇ ଛନ୍ତି l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ