ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ।

0 143

ବେଗୁନିଆପଡା,୦୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ପଞ୍ଚାୟତ ବାଲିବଣ ଠାରେ ପୂଜାପାଉଥିବା ଗ୍ରହରାଜ ଶ୍ରୀ ଶନିଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହଯଜ୍ଞର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ପାଣ୍ଡିଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ତଥା ଯଜ୍ଞ ଆବାହକ ନାରାୟଣ ସାହୁ ଯୋଗଦେଇ ଯଜ୍ଞ କାର୍ଯ୍ୟର ରୂପରେଖ,ଶାନ୍ତିଶୃଙ୍ଖଳା ସହିତ କିପରି ଯଜ୍ଞ ଆୟୋଜିତ ହେବ,ଏହାକୁ ନେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ପରିଚାଳନା କମିଟି ସଦସ୍ୟ,ସରପଞ୍ଚ, ସମିତି ସଭ୍ୟ ଓ ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ମତାମତ ଲୋଡ଼ିଥିଲେ । ମତାମତ ଅନୁଯାଇ ଯଜ୍ଞ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଭାପତି ଭାବେ ଜୟଦେବ ମହାନ୍ତି, ଉପସଭାପତି ପବିତ୍ର ରାଉତ, ସମ୍ପାଦକ ରାଜେନ୍ଦ୍ର ଡାକୁଆ, ସହ ସମ୍ପାଦକ ଶିବରାମ ବାରିକ ଓ ନୀଳାମ୍ବର ସାହୁ ଏବଂ କୋଷାଧକ୍ଷ ଭାବେ ସୁରେନ୍ଦ୍ର ଜେନାଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା । ଆସନ୍ତା ୨୦୨୬ ଏପ୍ରିଲ ମାସରେ ତିଥିବାର ଅନୁଯାଇ ଯଜ୍ଞକାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରାଯାଇଥିବା ଜଣାପଡିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.