ବିଶ୍ବ ମାଦକ ଦ୍ରବ୍ୟ ସେବନ ବିରୋଧି ଦିବସ ପାଳନ ।

0 197

ଯାଜପୁର,୨୬/୦୬(ପିପିଟି): ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଦୌରା ଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସର ରେ ମାଦକ ଦ୍ରବ୍ୟ ସେଵନ ନିରୋଧି ଦିବସ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଧିକରଣର ସଚୀବ ଲିପା ମହାନ୍ତି ଅଧ୍ୟକ୍ଷତା କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରଞନ କୁମାର ବେହେରା, ସାମାଜିକ କାର୍ଯ୍ୟକର୍ତ୍ତା ତଥା ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ ବିବିଧ ମାଦକ ତାର ସେବନ ଦ୍ବାରା ବ୍ୟକ୍ତଗତ ଜୀବନ ଦୟନୀୟ ସ୍ଥିତିକୁ ଚାଲିଯିବା ସହ ତାହା କିପରି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପାରିବାରିକ,ସାମାଜିକ ଜୀବନକୁ କ୍ଷତାକ୍ତ କରିବା ସହ ରାଷ୍ଟ୍ରର ପ୍ରଭୂତ କ୍ଷତି କରିଥାଏ ସେ ବିଷୟରେ ଆଲୋକପାତ କରିଥିଲେ । ନାଲସା ଦ୍ଵାରା ପ୍ରସ୍ତୁତ ଆଜିର ବିଷୟ ଭିତ୍ତିକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଅଧ୍ୟାପକ ଡ଼ ଵିନୋଦ କୁମାର ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼ ମନ୍ମଥ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାଧିକରଣ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.