ବୋଲଗଡ଼ , ୦୯/୦୨(ପିପିଟି):ବୋଲଗଡ଼ ବ୍ଲକ ସ୍ଥାନୀୟ ପଞ୍ଚାୟତ ଅନ୍ତର୍ଗତ ପଟ୍ଟନାୟକ ସାହିସ୍ଥିତ ଜଣେ ଦରଦୀ ମିଷ୍ଠଭାଷୀ ପରୋପକାରୀ ତଥା ବିଶିଷ୍ଟ ସମାଜସେବୀ ମହିଳାଙ୍କର ଶୁକ୍ରବାର ସକାଳେ ନିଜବାସ ଭବନରେ ପରଲୋକ ହୋଇଯାଇଛି। ସୂଚନା ଅନୁଯାୟୀ ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରମୋଦିନୀ ପଟ୍ଟନାୟକ(୭୬) ବର୍ଷ ବୟସରେ ସ୍ଵର୍ଗାରୋହଣ କରିଛନ୍ତି। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶାସକ ବିଜେଡିରୁ ପ୍ରାର୍ଥୀ ଥାଇ ସେ (୨୦୦୨-୨୦୦୭ )୨୫ନଂ ଜୋନରୁ ବିଜୟୀ ହୋଇଥିଲେ।ସେ ଜଣେ ଧର୍ମ ପରାୟଣ ,ସ୍ନେହୀ ,ବନ୍ଧୁବତ୍ସଳ , ମେଳାପି ,ପରୋପକାରୀ ଓ ଦରଦୀ ମଣିଷଟିଏ ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁ,ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,ଯୁବ ବିଜେଡି ସଂଗଠକ ବ୍ରଜବନ୍ଧୁ ସୁବୁଦ୍ଧି,ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ,ଜିଲ୍ଲା ବିଜେଡି ସମ୍ପାଦକ ବୀର ଦାସ ଓ ବ୍ଲକ ବିଜେଡି ବ୍ଲକ ସଭାପତି ବନାମ୍ବର ମାଝୀ ପ୍ରମୁଖଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ବିଶେଷ ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ସର୍ବୋପରି ଜଣେ ମିଷ୍ଠଭାଷୀ ମହିଳା ଭାବେ ଅଂଚଳରେ ଅଗ୍ରଗଣ୍ୟ। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ, ଜ୍ୟେଷ୍ଠ ପୁତ୍ର, କନିଷ୍ଠପୁତ୍ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱନୀ ପଟ୍ଟନାୟକଙ୍କ ସହିତ ୨ପୁତ୍ରବଧୂ,୨ କନ୍ୟା ଓ ଜାମାତା, ନାତିନାତୁଣୀ ମାନଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ପରିବାର ଉପସ୍ଥିତ ଥିଲେ।ସ୍ୱର୍ଗତା ପଟ୍ଟନାୟକଙ୍କ ମର ଶରୀରକୁ ବିରାଟ ଶବଧାରରେ ଗ୍ରାମ୍ୟ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।ଜ୍ୟେଷ୍ଠ ପୁତ୍ର ପାର୍ଥ ସାରଥୀ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।ତାଙ୍କ ମୃତ୍ୟୁରେ ବୋଲଗଡ଼ ଅଂଚଳରେ ଶୋକର ଛାୟାଖେଳି ଯାଇଥିଲା
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)