ବିଶିଷ୍ଟ ସମାଜସେବୀ ଭାସ୍କର ବିଷୋୟୀଙ୍କ ଦେହାନ୍ତ; ହଜାରେରୁ ଉର୍ଦ୍ଧ୍ବ ଶବ ଦାହ ।

0 610

ଭଞ୍ଜନଗର, ୧୧/୦୨(ପିପିଟି) : ଭଞ୍ଜନଗର ଭେଜିପୁଟ ବାଲି ସାହିରେ ରହୁଥିବା ବିଶିଷ୍ଟ ସମାଜସେବୀ ଭାସ୍କର ବିଷୋୟୀଙ୍କ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୭ଟା ୧୫ମିନିଟ ସମୟରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା।ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପରିବାର ପକ୍ଷରୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଭାସ୍କର ବରିଷ୍ଠ କଂଗ୍ରେସ ନେତା ସୋମନାଥ ରଥଙ୍କ ସମୟରେ ଜଣେ ବଳିଷ୍ଠ ସଙ୍ଗଠକ ଥିଲେ।ଏଥିସହ ସେ ନିଜ ଜୀବନ କାଳରେ ୧ହଜାରରୁ ଉର୍ଦ୍ଧ୍ବ ଶବ ଦାହ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଭଲମନ୍ଦରେ ତଥା ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଥିଲେ।ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଆଜି ତାଙ୍କ ଶବାଧାରରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକ ଓ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ ଏବଂ ତାଙ୍କ ମର ଶରୀରକୁ ଭେଜିପୁଟ ସ୍ମଶାନ ଠାରେ ସତ୍କାର କରାଯାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.