ବିଶିଷ୍ଟ ଗବେଷକ ଓ ଶିକ୍ଷାବିତ୍ ଗୌରୀ ଶଙ୍କର ମିଶ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକଛାୟା।

0 114

ପୋଲସରା,୩୧/୧୦ (ପିପିଟି) :ଓଡ଼ିଶାର ବିଶିଷ୍ଟ ଗବେଷକ ଗୌରୀ ଶଙ୍କର ମିଶ୍ର ୮୮ ବର୍ଷ ବୟସରେ ଆସ୍କା ସହର ବାଣୀବିହାର ବାସ ଭବନରେ ସ୍ଵର୍ଗାରୋହଣ କରିଛନ୍ତି। ପବିତ୍ର କାର୍ତ୍ତିକ ମାସ ୩୦ ତାରିଖ ଗୁରୁବାର ଅଷ୍ଟମୀ ତିଥି ଦିବସରେ ମୃତ୍ୟୁ ବେଳକୁ ପରିବାର ବର୍ଗ ନିକଟରେ ଉପସ୍ଥିତ ଥିଲେ। ତାଙ୍କର ପରଲୋକ ଗମନ ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ଜଣାପଡ଼ିଛି। ସିଏ ଏକାଧାରରେ ଜଣେ ଶିକ୍ଷାବିତ୍, ସାହିତ୍ୟିକ,କବି, ଐତିହାସିକ,ଗବେଷକ,ପ୍ରବୀଣ ଭାଷାବିତ୍ ବ୍ୟକ୍ତି ଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ପୋଲସରା ବ୍ଲକ୍ ମଧୁପଲ୍ଲି ଗ୍ରାମ ପଞ୍ଚାୟତ ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ୱର ମନ୍ଦିରରେ ଥିବା ପ୍ରଥମ ଓଡ଼ିଆ ଲିପିକୁ ଲୋକ ଲୋଚନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତାଙ୍କର ଦେହାବସାନ ଖବର ପାଇ ପୋଲସରା ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ଆଇନଜୀବି ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଂପାଦକ ମାନସ ରଂଜନ ତ୍ରିପାଠୀଙ୍କ ସମେତ ପୋଲସରା ଓକିଲ ସଂଘ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡା,ଶିକ୍ଷାବିତ୍ ଯୋଗେନ୍ଦ୍ର ମହାରଣା ଏଵଂ ଅନେକ କବି,ସୁସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିବାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.