ବିଲରୁ ସନ୍ଦେହ ପୂର୍ଣ୍ଣଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

0 257

ବେଲଗୁଣ୍ଠା, ୨୨/୧୧(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଂଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି । ସୁଦାମଙ୍କ ଏତାଲା ପ୍ରକାରେ ତାଙ୍କ ଭାଇ କୈଳାସ ଚନ୍ଦ୍ର ସେଠୀଙ୍କ ପୁଅ ରାଜେଶ୍ କୁମାର ସେଠୀ (୨୫) ଗତ ୧୮ ତାରିଖ ଠାରୁ ନିଖୋଜ ଥିଲା । ଆଜି ଅପରାହ୍ଣ ସମୟରେ ସୁଦାମଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ଗ୍ରାମର ସୁନା ଖଳା ଚିରା଼ପର ତୋଟା ନିକଟରେ ଥିବା ବିଲରେ ରାଜେଶ୍ ର ଶବ ପଡ଼ିଛି । ଖବର ପାଇ ସୁଦାମ ଏବଂ ପରିବାର ଲୋକେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ରାଜେଶର ଶବକୁ ଉଦ୍ଧାର କରିଥିଲେ । ରାଜେଶକୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବାର ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସୁଦାମ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.