***ବିରହ ମୁହୂର୍ତ୍ତ***

0 2

ଜହ୍ନ ଏଠି ଢାଳେ
ଜ୍ୟୋତ୍ସ୍ନାର ଜୁଆର
ମହ ମହ ଫୁଲର ମହକେ
ବିଭୋର ବସନ୍ତ
ହେଲେ ମନ ଉପବନ
ପତ୍ର ଝଡା ମୋର
ରାତି ଏଠି ଶୂନ୍ୟ ଶାନ୍
କିନ୍ତୁ ! କୋଳାହଳ ଆତ୍ମା
କାହାର ରୂପ ଲାବଣ୍ୟରେ…..!!
କବଳିତ ନେତ୍ରେ ଆଜି
ଅବାସ୍ତ ସ୍ବପ୍ନର ତାଣ୍ଡବ
ମୁଁ ନୁହେଁ ସ୍ବପ୍ନ ସୌଦାଗର
ବିପଣିରୁ ସାଉଁଟି ବି
ମୁଠାଏ ସପନ…..
ପ୍ରେମ ଏକ
ମୃଦୁ – ମୃତ୍ୟୁର ଗରଳ
ପିଉଥିବି ପ୍ରତି ମୁହୂର୍ତ୍ତରେ…..!!
ଯୌବନେ ବିରହର ଜ୍ଵଳା
ଦଗ୍ଧ କରେ ମନର ଅରଣ୍ୟ
ଜୀଇଁବା ପାଇଁ ଯନ୍ତ୍ରଣା ଭୋଗେ
ତୁମ ପ୍ରତିକ୍ଷାରେ
ତୁମ ଅନୁପସ୍ଥିତିରେ
ଏଇ….ସେଇ
ଚନ୍ଦ୍ର ବୈଧତ୍ବ ରଜନୀରେ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.