ବିରଜା ଘାଟିରେ ବସ ଓଲଟି ୩୫ ଜଣ ଆହାତ ।

0 237

ମାଲକାନଗିରି,୦୨/୦୬(ପିପିଟି) :ଆଜି ସକାଳ ୭ଟା ସମୟରେ ମାଲକାନଗିରି ସ୍ଥିତ ବିରଜାଘାଟି ନିକଟରେ ଶ୍ରୀବାଲାଜୀ ବସର ବ୍ରେକ୍ ଫେଲ୍ ହେବା ଯୋଗୁଁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୫ରୁ ଅଧିକ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ନିକଟସ୍ଥ ଗାଁ ଲୋକମାନେ ଆସି ଆହାତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହାତ ଯାତ୍ରୀମାନଙ୍କୁ ପାଣ୍ଡ୍ରିପାଣି ହସପାଟାଲକୁ ୧୫ ଜଣଙ୍କୁ ପଠାଯାଇଥିବା ବେଳେ ୨୦ ଜଣ ଆହାତ ଯାତ୍ରୀମାନଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀବାଲାଜୀ ବସଟି ହାଇଦ୍ରାବାଦରୁ ପ୍ରାୟ ୮୦ ଯାତ୍ରୀ ନେଇ କଣ୍ଟାବାଞ୍ଜି ଯାଉଥିବା ବେଳେ ଆଜି ସକାଳ ୭ଟା ସମୟରେ ମାଲକାନଗିରି ନିକଟସ୍ଥ ବିଜାଘାଟି ଉପରକୁ ବସଟି ପଢୁଥିଲା । କିନ୍ତୁ ଘାଟି ଚଢିବା ସମୟରେ ବସର ବ୍ରେକ୍ ଫେଲ୍ ହେବା ଫଳରେ ବସଟି ୧୦୦ ମିଟର ପଛକୁ ଗଡିଯାଇ ଏକ ଗଛରେ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବସରେ
ବସିଥିବା ୩୫ ଜଣ ଯାତ୍ରୀ ଆହାତ ହୋଇଥିଲେ । ନିକଟସ୍ଥ ଗାଁ ଲୋକମାନେ ବୟସରୁ ହାତୀମାନଙ୍କୁ ଉଦ୍ଧାର କରିଥିଲା ବେଳେ ଖବର ପାଇ ମାଲକାନଗିରି ପୋଲିସ ଏବଂ ଆରଟିଓ ପହଞ୍ଚି
ଆହାତ ମାନଙ୍କ ଚିକିତ୍ସା ପାଇଁ ପାଣ୍ଡ୍ରିପାଣି ଓ ମାଲକାନଗିରି ହସ୍ପିଟାଲ କୁ ପଠାଇଥିଲେ। ବିଶେଷ କରି କଣ୍ଟାବାଞ୍ଜିରୁ ଏହି ଲୋକମାନେ ସପରିବାରେ ହାଇଦ୍ରାବାଦର ଇଟା ଫେକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ଶ୍ରୀ ବାଲାଜୀ ବସରେ ଓଭର ଲୋଡ୍ ହୋଇ ଇଟା ଶ୍ରମିକ ଯାତ୍ରୀମାନେ ପିଲାଛିଆମାନଙ୍କୁ ନେଇ ବସରେ ଫେରୁଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ କୌଣସି ଯାତ୍ରୀଙ୍କର ମୃତ୍ୟୁ
ଘଟିଥିଲା ବେଳେ ୭ ଜଣ ଯାତ୍ରୀଙ୍କୁ ଅଧିକା ଆଘାତ ଲାଗିଛି । ଏଥି ପ୍ରତି ମାଲକାନଗିରି ଜିଲା ପ୍ରଶାସନ ସହଯୋଗର
ହାତ ବଢ଼ାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.