ବିଭିନ୍ନ ଦାବିନେଇ ପି.ଏସ.ଟି.ଏ. ପୋଲସରା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ ଏଵଂ ଆନ୍ଦୋଳନ ଧମକ।

0 140

ପୋଲସରା,୧୮/୦୯ (ପିପିଟି) : ବିଭିନ୍ନ ଦାବି ପୂରଣ ନେଇ ଗଂଜାମ ଜିଲ୍ଲା ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ପୋଲସରା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଉଲ୍ଲେଖିତ ଦାବିପତ୍ର ପ୍ରକାରେ ୧- ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ କରି ସଂପୃକ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯିବା ସହିତ ଶିକ୍ଷା ସହାୟକ/ସହାୟିକା ଓ କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ୬ ବର୍ଷର କାର୍ଯ୍ୟକାଳକୁ ୬ଟି ନୋଷାନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ। ୨- ସମସ୍ତ ଲେଭୁଲ- ଭି(ଏ) ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ କେନ୍ଦ୍ରୀୟ ହାରରେ ମାସିକ ୩୫ ହଜାର ୪ ଶହ ଟଙ୍କା ଦରମା ଦିଆଯାଉ। ୩-୨୦୧୧ ମସିହା ପୂର୍ବ ନିଯୁକ୍ତି ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପଦୋନ୍ନତି ନିମନ୍ତେ ଶିକ୍ଷକ ଯୋଗ୍ୟତା ବାଧ୍ୟତାମୂଳକ କରାନଯାଉ।୪- ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ସ୍ବାସ୍ଥ୍ୟବୀମା ଲାଗୁ କରାଯାଉ ବୋଲି ଦୀର୍ଘଦିନରୁ ରହି ଆସିଥିବା ଏହି ୪ ଗୋଟି ଦାବୀ ପୂରଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଦାବିପତ୍ରଟି ସଂଘ ସଭାପତି ସନ୍ନ୍ୟାସୀ ସାହୁଙ୍କ ନେତୃତ୍ୱରେ ବିଇଓ କାର୍ଯ୍ୟାଳୟକୁ ଯାଇ ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ସୁବାଶିନି ତ୍ରିପାଠୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ସ°.୦୧/୨୦୨୫ ସଂଘ ତରଫରୁ ପ୍ରଦାନ କରାଯାଇଛି। ଯଦି ସରକାର ଅବିଳମ୍ବେ ଦାବିପୂରଣ ନ କରନ୍ତି ତେବେ ଆସନ୍ତା ୨୦ ତାରିଖ ଶନିବାର ଦିନ ଠାରୁ ରାଜ୍ୟ ମହାସଂଘ ସମର୍ଥନରେ ରାଜଧାନୀରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଧମକ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ଉପସଭାପତି ତ୍ରିଲୋଚନ ପାତ୍ର, ସଂପାଦକ ଦିଲ୍ଲୀପ କୁମାର ସେଠୀ, ଯୁଗ୍ମ ସଂପାଦକ କୁଳମଣି ସାହୁ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଡାକୁଆ,ବ୍ଲକ୍ ସ°ଯୋଜକ ତୋଫାନ ସ୍ୱାଇଁ ଓ ଗଣମାଧ୍ୟମ ଯୋଗାଯୋଗ ବସନ୍ତ ମହାରଣା ପ୍ରମୁଖଙ୍କ ସମେତ ଆହୁରି ଅନେକ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.