ଭଞ୍ଜନଗର, ୨୩/୧୧(ପିପିଟି):ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି ଭଞ୍ଜନଗର ବ୍ଲକ ରେ ବିଭନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତିଳିସିଙ୍ଗି ଗ୍ରାମ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାବ ପକ୍ଷରୁ ରାଇପଲ୍ଲୀ ଠାରୁ ଧନଞ୍ଜୟପୁର ରାସ୍ତା ର ପ୍ରଶସ୍ତି କରଣ ପାଇଁ ୭କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଦୀର୍ଘବର୍ଷ ହେଲା ଏହି ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଥିବା କାରଣରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀଙ୍କ ଅଭିଯୋଗ କରିଥିଲେ।ଏହାକୁ ଦୃଷ୍ଟିରେ ରଖି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ବିଧାୟକ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)