ବୋଲଗଡ଼,୧୪/୦୮(ପିପିଟି)ବୋଲଗଡ଼ ର ନନ୍ଦିଘୋଷ ଭବନ ଠାରେ ବୁଧବାର ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେଶନ(ସିବିସି) ପକ୍ଷରୁ ବିଭାଜନ ବିଭୀଷିକା ଦିବସ ଅନୁଷ୍ଠିତ ହୋଇଯାଇଛି।୧୯୪୭ ମସିହା ଦେଶ ସ୍ୱାଧୀନତା ପୂର୍ବରୁ ଏକ ବିଭାଜନ ବିଭୀଷିକା ମୁଣ୍ଡ ଟେକି ସାଧାରଣ ଜନତାଙ୍କ ସହ ଅନେକ କିମ୍ବଦନ୍ତୀ ପୁରୁଷ ଶହୀଦ ହୋଇଥିଲେ।ଯାହାକି ଦେଶର ଇତିହାସକୁ ରୋମନ୍ଥନ କଲେ କିମ୍ବା ଏହାର ଇତିହାସ ପୃଷ୍ଠା ଲେଉଟାଇଲେ ଏହାର ସତ୍ୟାସତ୍ୟ ଘଟଣାବଳୀ ଦେଶର ଭବିଷ୍ୟତ ଯୁବପିଢିଙ୍କୁ ଏକ ପ୍ରେରଣା ଦେବ କି ଯେ ପୂର୍ବଜଙ୍କ ଜୀବନ କେତେ ମାତ୍ରାରେ ଦୁର୍ବିସହ ହୋଇଥିଲା।ଦେଶର ପ୍ରିୟ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ୨୦୨୧ ମସିହା ଅବୈହିତ ପୂର୍ବରୁ ତତ୍କାଳୀନ ସାମ୍ପ୍ରତିକ ପରିସ୍ଥିତି ଜନିତ ଘଟଣାବଳୀକୁ ବିଭାଜନ ବିଭୀଷିକା ସ୍ମୃତି ଗୁଡିକ ସାରା ଦେଶବ୍ୟାପୀ ସ୍ମୃତି ଦିବସ ଭାବେ ପାଳନ କରିବାକୁ ଦୃଢ଼ ପ୍ରୟାସ ଜାରିରଖିଛନ୍ତି। ବିଭାଜନ ବିଭୀଷିକା ସ୍ମୃତି ଦିବସକୁ ପାଳନ ଅବସରରେ ଦେଶର ସାମ୍ପ୍ରତିକ ଘଟଣାବଳୀର କଳାଧଳା ଫଟୋ ଚିତ୍ର ପ୍ରଦର୍ଶିତ କରାଯାଇଥିଲା।ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶର ବୀର ଶହୀଦ ମାନଙ୍କ ଉଦେଶ୍ୟରେ ଶତ ନମତ କରି ବିଭାଜନ ବିଭୀଷିକା ସମ୍ପର୍କରେ ଦୁଃଖ ପ୍ରକଟ କରିଥିଲେ ଓ ଏହି କାର୍ଯ୍ୟକ୍ରମର କର୍ମକର୍ତ୍ତା ମାନଙ୍କୁ ଭୂରି ପ୍ରଶଂସା କରିଥିଲେ।ମୁଖ୍ୟବକ୍ତା ଭାବେ ସିବିସି ମୁଖ୍ୟ ମହେନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ଆଏମସି ତଥା ସିଫା ସଦସ୍ୟ ବିଶ୍ଵଜିତ ସ୍ୱାଇଁ,ରାଜ୍ୟ ସମବାୟ ସେଲ ମୁଖ୍ୟ ଶ୍ରୀରଞ୍ଜନ ମଙ୍ଗରାଜ ଓ ପରମାନନ୍ଦ ମହାବିଦ୍ୟାଳୟ ଅଧକ୍ଷା ସଂଯୁକ୍ତା ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।ପ୍ରାରମ୍ଭରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ଥାନୀୟ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ପାଇକ ପୁଅର ବାଡ଼ି, ତାରବାରୀ, ରାସ୍ତାର ଦୁଇ ପାର୍ଶ୍ଵରେ ସ୍କୁଲ ଛାତ୍ରୀମାନେ ହାତରେ ତ୍ରିରଙ୍ଗା ଓ ସମ୍ବଲପୁରୀ ନୃତ୍ୟର ସମହାରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ନନ୍ଦିଘୋଷ ଭବନ ନିକଟକୁ ପାଛୋଟି ନିଆଯାଇ ଥିଲା। ମଞ୍ଚରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ପରେ ସ୍ଥାନୀୟ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସମ୍ପାଦକ ଅବିନାଶ ସୁବୁଦ୍ଧି ଓ ସହକର୍ମୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ସେହିପରି ଦ୍ୱିତୀୟର୍ଦ୍ଧାରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର,ବିଧାୟକ ପ୍ରାର୍ଥୀ ଥିବା ପ୍ରକାଶ ବିଜୁଳି, ସିଫା ସଦସ୍ୟ ବିଶ୍ଵଜିତ ସ୍ୱାଇଁ, ଶିବ ପ୍ରସାଦ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ଅନାଦି ଚରଣ ସାହୁ,ରବୀନ୍ଦ୍ର ପରିଡା ଓ ରାଜ୍ୟ ପରିଷଦ ସଦସ୍ୟ ଲୋତକ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ବିଜେପି ନେତା ସୁବାସ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମଣ୍ଡଳ ସଭାପତି ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)