ବେଲଗୁଣ୍ଠା,୧୪/୧୨(ପିପିଟି) : ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୭ ତମ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ବନପାଳ ମିତା ପଲାଇ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ସମିତି ସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ,ଦିବାକର ବିଷୋୟୀ, ନିତ୍ୟାନନ୍ଦ ବିଷୋୟୀ, କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିରରୁ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ସୁଧୀର କୁମାର ଜେନା ଏବଂ ସମ୍ମାନିତ ଅତିଥି ଅର୍ଜୁନ ବିଷୋୟୀ କ୍ରୀଡ଼ା ପତାକା ଦେଖାଇ ମଶାଲ ଶୋଭାଯାତ୍ରାକୁ ଉଦ୍ଘାଟିତ କରିଥିଲେ I ଆଜି ଦଶରୁ ଊର୍ଦ୍ଧ୍ଵ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ତିନି ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଦେବାଶିଷ ବିଷୋୟୀ,ସାଂସ୍କୃତିକ ପରିଷଦ ମୁଖ୍ୟ ମିଥୁନ୍ ନାୟକ,ବରିଷ୍ଠ ଗୁରୁଜୀ ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ ପ୍ରମୂଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ରୋଜୀମା,ଅଙ୍କିତା,ସୁଜ୍ଞାନୀ,ମନିଷା, ରାଜ୍ କୁମାରୀ ସେଠୀ,ଆଶା,ଝାନସୀ ଭୂୟାଁ,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷିନୀ ଗୌଡ,ତେଜକୁମାରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ- -ସୁଶାନ୍ତ କୁମାର ବେହେରା