ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୩୨ତମ ପ୍ରତିଷ୍ଠା ଦିବସ ପାଳନ ।

0 271

ବୋଲଗଡ଼,୧୯/୦୮(ପିପିଟି): ବୋଲଗଡ଼ ବ୍ଲକ ଶିକ୍ଷାଧିନ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୩୨ତମ ପ୍ରତିଷ୍ଠା ଦିବସ ସ୍କୁଲ ପରିସରରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି ।ବୋଲଗଡ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ୧୯୯୨ ମସିହା ରକ୍ଷାବନ୍ଧନ ଦିବସରେ ପ୍ରତିଷ୍ଠା ଲାଭ କରିଥିଲା । ଏହି ପରିପ୍ରେକ୍ଷୀରେ ଶିଶୁ ବିକାଶ ମାସିକ ପ୍ରତିଯୋଗୀତା, ପ୍ରାଦେଶିକ ଶିଶୁ ବିକାଶ ମେଧାବୃତି ପରୀକ୍ଷା, ଶିଶୁ ପ୍ରତିଭା ମହୋତ୍ସବ, ସଂଗୀତ ନୃତ୍ୟ ଗୀତ ଅଲମ୍ପିଆଡ ଇତ୍ୟାଦି ପ୍ରତିଯୋଗୀତା ଦ୍ଵିତୀୟ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା।ଏହି ଅବସରରେ ପିଲାମାନଙ୍କ ଦ୍ଵାରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ବିଦ୍ୟାଳୟର ସ୍ଥାୟୀ ସଭାପତି ଲଲାଟେନ୍ଦୁ କେଶରୀ ସିଂହ ଙ୍କ ସଭାପତିତ୍ବରେ ଆୟୋଜିତରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ନିର୍ମଳା ପ୍ରଧାନ ,ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ହରିହର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ଷଡ଼ଙ୍ଗୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଦେଇଥିଲେ ।ଶିକ୍ଷା କେନ୍ଦ୍ରର ସହ ସମ୍ପାଦକ ସନାତନ ପାଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷା କେନ୍ଦ୍ରର ଗୁରୂମା ସୁମନ୍ତି ସାମନ୍ତରାୟ , ତାରା ପ୍ରସନ୍ନ ମହାରଣା ,ତଟିନୀ କୁମାରୀ ରାଜ ,ତୁଳସୀ ବିଶ୍ଵାଳ , ଅଶୋକ ପ୍ରଧାନ , ସୁଧାଗ୍ନି ସିଂହ ପ୍ରମୁଖ ସମସ୍ତ ଗୁରୁଜୀ ଗୁରୂମା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.