ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ: ଜଣେ ଗିରଫ ।

0 285

ଭଞ୍ଜନଗର, ୧୮/୦୨(ପିପିଟି) : ଭଞ୍ଜନଗର ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପକ୍ଷରୁ ଗତକାଲି ଅତର୍କିତ ଚଢଉ କରାଯାଇଥିଲା।ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘର ପଛପଟୁ ୨୯ଟି କାର୍ଟୁନ୍ ରୁ ବିଭିନ୍ନ ବ୍ରାଣ୍ଡର ୧୫୩.୯୨୦ ଲିଟର ବିଦେଶୀ ମଦ ଓ ୧୧ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଭଞ୍ଜନଗର ପୋଲିସ କେସ ନଂ ୧୮୪/୨୦୨୪ରେ ଓଡ଼ିଶା ଅବକାରୀ ଆଇନ ସେକ୍ସନ ୫୨ (କ) ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ନନ୍ଦିନୀପଲ୍ଲୀ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.