ବିପଦ ସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ,ବିଭାଗୀୟ କତ୍ତୃପକ୍ଷଙ୍କ ନିଘା ନାହିଁ।

0 300

ଫୁଲବାଣୀ, ୨୨/୧୦(ପିପିଟି);ଫୁଲବାଣୀ ସହରର ଏକ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା ଗାନ୍ଧୀ ଛକ ଠାରୁ ଏଫ.ସି.ଆଇ ଛକ ଜାତୀୟ ରାଜପଥ କଡରେ ଏକ ଶୁଖିଲା ସାଳ ଗଛ ମୂଳରୁ ମାଟି ଧୋଇ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ନଇଁ ପଡ଼ି ବହୁ ଦିନ ଧରି ଥିବା ବେଳେ ପୂର୍ତ୍ତ ବିଭାଗ , ବନ ବିଭାଗ କିମ୍ବା ପୌରପରିଷଦ ଏଥିପ୍ରତି ନିଘା ନଥିବା ବେଳେ ଏହି ଗଛଟି ପ୍ରତ୍ୟେକ ମୁହୂର୍ତ୍ତରେ ନିଶ୍ଚିତ ଏକ ଦୁର୍ଘଟଣାକୁ ଅପେକ୍ଷା କରି ରହିଛି । ନିକଟରେ ଆଇ.ଟି.ଆଇ , ପ୍ରାୟୀମେରୀ ସ୍କୁଲ ଓ ବି.ପି.ଆଇ.ଟି ଭଳି ଇଂଜିନିୟରିଂ ସ୍କୁଲର ସହରରୁ ଇଏ ଏକ ମାତ୍ର ରାସ୍ତା ହୋଇଥିବା ଓ ବୌଦ୍ଧ କଟକ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡେ । ବର୍ତ୍ତମାନ ବାରମ୍ବାର ଲଘୁଚାପ ଓ ଘୁର୍ଣ୍ଣି ଝଡ଼କୁ ନେଇ ଆତଙ୍କିତ ହୋଇପଡିଛନ୍ତି ଏହି ରାସ୍ତାରେ ଯାଉଥିବା ଲୋକେ । ସହରର ମୁଖ୍ୟ ରାସ୍ତା କଡରେ ଏହି ଭଳି ଅନେକ ଶୁଖିଲା ଗଛ ଥିବା ବେଳେ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ବିପଦ ମୁକ୍ତ କରିବା ପାଇଁ ସହର ବାସି ଦାବି କରିଛନ୍ତି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.