ବିପଦ ବନ୍ଧୁ ପ୍ରୀତିରଞ୍ଜନଙ୍କ ପରିଚୟ ସାବି ନାନୀଙ୍କ ଘରେ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିଲେ ।

0 62

ଯାଜପୁର,୧୯/୦୯(ପିପିଟି): ବିପଦ ବେଳର ବନ୍ଧୁ ପ୍ରକୃତ ବନ୍ଧୁ । ଏହି ଉକ୍ତିକୁ ସବୁ ସମୟରେ ସାର୍ଥକ କରିବାକୁ ଉଦ୍ୟମ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବ ନେତା ଇଂ ପ୍ରୀତିରଞ୍ଜନ ଘଡାଇ । ବିପଦରେ ପଡିଥିବା ଲୋକଟି ପାଖରେ ପହଞ୍ଚି ତାଙ୍କୁ ଆଶ୍ୱାସନା ଦେବା ସହିତ ସାହାଯ୍ୟର ହାତ ବଢାଇବାକୁ ପ୍ରାଥମିକତା ଦିଅନ୍ତି ପ୍ରୀତିରଞ୍ଜନ । ଗତ ନିର୍ବାଚନରେ ସେ ପରାଜିତ ହୋଇଛନ୍ତି ସତ ହେଲେ ନିଜର ଏହି ମହତ କାମରୁ ଦୁରେଇ ଯାଇ ନାହାନ୍ତି । ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତର ପୁର୍ବତନ ବିଜେଡି ମହିଳା ସଭାନେତ୍ରୀ ତଥା ଆଶା କର୍ମୀ ଏବଂ ସମାଜ ସେବୀ ସାବିତ୍ରୀ ହେମ୍ବ୍ରମ । ସମସ୍ତେ ତାଙ୍କୁ ସାବି ନାନୀ ଭାବେ ଜାଣନ୍ତି । ସେ ଆଜକୁ କିଛିଦିନ ହେଲା ପିଡୀତ ଥିବା ଶୁଣି ତାଙ୍କ ନିକଟରେ ପହଞ୍ଚିଥିଲେ ପ୍ରୀତିରଞ୍ଜନ । ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ଅବସରରେ କହିଥିଲେ ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ । ଆପଣ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ । ସେ ମଧ୍ୟ ତାଙ୍କ ପରିବାର ସହିତ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Leave A Reply

Your email address will not be published.