ବ୍ରହ୍ମପୁର,୦୮/୦୬(ପିପିଟି):ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ ସାନା ଆଚାବା ଗ୍ରାମ ନିବାସୀ କିଶୋର ଧବା ନିତିଦିନିଆ ମଜୁରିଆ। ତାଙ୍କ ଛୋଟ ଛୁଆର ସ୍ବାସ୍ଥ୍ୟ ଖରାପ ହେବାରୁ ତାର ଉପଯୁକ୍ତ ଚିକିତ୍ସା ପାଇ ଆମ୍ବୁଲାନ୍ସ ଯୋଗେ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆଣିଥିଲେ। ମେଡିକାଲରେ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ନିଜ ଗ୍ରାମ ସାନା ଆଚାବାକୁ ନେବା ପାଇଁ ଉକ୍ତ ଆମ୍ବୁଲାନ୍ସକୁ ଅନୁରୋଧ କରିବାରୁ ସେ ଭଡ଼ା ମାଗିଥିଲେ। କିଶୋରଙ୍କ ପାଖରେ ପଇସାଟିଏ ନଥିବାରୁ ସେ ଭଡ଼ା ଦେବା ପାଇଁ ସକ୍ଷମ ହୋଇନଥିଲେ, ତେଣୁ ଏନେଇ ପ୍ରଶାସନର ହସ୍ତକ୍ଷେପ ଲୋଡ଼ାଯାଇଥିଲା। ପ୍ରଶାସନିକ ନିଷ୍ପତ୍ତିରେ ବିଳମ୍ବ ହେବାରୁ ଏହାକୁ ଦେଖି ଏକ ସ୍ଵେଚ୍ଛାସେବୀ ସଂଗଠନ କଳିଙ୍ଗ ଫାଇଟ ସ୍କୁଲ ସହଯୋଗର ହାତ ବଢ଼ାଇଥିଲା। ଉକ୍ତ ସ୍ଵେଚ୍ଛାସେବୀ ସଂଗଠନ ଓ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ସାହାଯ୍ୟ କ୍ରମେ କିଶୋରଙ୍କ ପାରିବାର ତାଙ୍କ ପିଲାର ମୃତ ଦେହକୁ ସାନା ଆଚାବା ଗ୍ରାମକୁ ନେବାରେ ସକ୍ଷମ ହୋଇଛନ୍ତି। ଏହି ଅସମୟରେ କିଶୋରଙ୍କ ପାରିବାରକୁସମାଜସେବୀ ସୁନିଲ ବିଶୋଇଙ୍କ ସିଫୁ -ଏନ୍ ବାଳକୃଷ୍ଣ ରେଡ୍ଡୀ,ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ,ସମେତ ବଜରଙ୍ଗ ଦଳର ଗୌତମ ମହାରଣା, ରାଜେଶ ପାତ୍ର ଲକ୍ଷ୍ମୀନାରାୟଣ ରେଡ୍ଡୀ,ଗଣେଶ ସାହୁ, ନାରାୟଣ ବୈଠକ,ଶିବଶଙ୍କର ବାମୁଡି, ଶିମାଞ୍ଚଳ ରେଡ୍ଡୀ ସାହାଯ୍ଯର ହାତ ବଢ଼ାଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।