ବିନିକାରେ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ବିଜୟ ଶୋଭାଯାତ୍ରା ।

0 215

ସୁବର୍ଣ୍ଣପୁର ,୦୬/୦୬(ପିପିଟି):ଚଳିତ ସାଧାରଣ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଜେପି ବିଜୟୀ ହୋଇଥିବାରୁ ସାରା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି।ବିଜେପି ପ୍ରାର୍ଥୀ ଇଂଜିନିୟର ରଘୁନାଥ ଜଗଦଲା ବିଜେଡିର ପଦ୍ମନାଭ ବେହେରାଙ୍କୁ କୋଡିଏ ହଜାର ରୁ ଉର୍ଦ୍ଧ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି।ବିଶେଷ କରି ବିନିକା ବ୍ଲକ ଓ ଏନଏସି ଅଞ୍ଚଳରୁ ୧୩ହଜାର ୭୨୦ଖଣ୍ଡ ଅଧିକ ଭୋଟ ଲିଡ୍ କରିଥିବା ଯୋଗୁଁ ବିଜୟୀ ବିଜେପି ବିଧାୟକ ରଘୁନାଥ ସାରା ବିନିକା ଅଞ୍ଚଳବାସୀଙ୍କୁ ହୃଦୟରୁ କୃତଜ୍ଞତା ଜନାଇଛନ୍ତି।ଆଜି ଏହି ପରିପ୍ରେକ୍ଷୀରେ ବିନିକା ସହରରେ ବିଜେପିର ବିଜୟ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରେ ବିଧାୟକ ରଘୁନାଥ ପୂଜାର୍ଚ୍ଚନା କରିବା ପରେ ପ୍ରଥମେ ଗୁଲାପଡାରେ ବିଜୟ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।ପରେ ତାଙ୍କର ଶତାଧିକ ଶୁଭେଛୁ ମାନେ ଦୀପାବଳୀ ଉତ୍ସବ ମନାଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ବିଧାୟକ ଶ୍ରୀ ଜଗଦଲା ସ୍ଥାନୀୟ ଦୂର୍ଗା ମନ୍ଦିରକୁ ଯାଇ ମାଁ ଙ୍କ ଆଶୀର୍ବାଦ ନେଇଥିଲେ।ପରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୋଟରଙ୍କୁ ହାତଯୋଡି ଅଭିବାଦନ ଜଣାଇଥିଲେ ।ଏହି ଶୋଭାଯାତ୍ରାରେ ବିଜେପିର ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାକୁର,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର,ସାଂସଦ ପ୍ରତିନିଧି ଅଶୋକ କୁମାର ପୃଷ୍ଟି,ପ୍ରଶାନ୍ତ ଦଣ୍ଡସନା,ନଗର ଉପ ସଭାପତି ଭୁବନେଶ୍ୱର ଦେହେରି, କାଉନସିଲ ଗୋପାଳ କୃଷ୍ଣ ମହାଲିଙ୍ଗ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.