ବିନାଜଳରେ ଜଳଛତ୍ର ।

0 388

ପୋଲସରା, ୨୮/୦୫(ପିପିଟି):ଚଳିତ ଗ୍ରୀଷ୍ମଋତୁ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପଥଚାରୀ କିଭଳି ଜଳର ସୁବିଧା ପାଇ ପାରିବେ ଓ ପ୍ରଚଣ୍ଡ ଖରାରେ ତୃଷ୍ଣା ନିବାରଣ କରିବା ସହ କୌଣସି ବ୍ୟକ୍ତି ଯେଭଳି ପିଇବା ପାଣି ଅଭାବରୁ ଅଂଶୁଘାତର ଶିକାର ନହୁଏ । ସେଥିନେଇ ଏନ ଏ ସି ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଦିନରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥାଏ। କିନ୍ତୁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ସେ ଗୁଡିକ ଅବ୍ୟବସ୍ଥାରେ ରହିଥିବା ଦେଖଗିବାକୁ ମିଳିଛି । ପ୍ରମାଣ ସ୍ୱରୂପ ସ୍ଥାନୀୟ ମହିଳା କଲେଜ ଆଗରେ ଦୁଇଗୋଟି ଖାଲି ମାଟି ହାଣ୍ଡି ରହିଥିବା ବେଳେ, ଜଗନ୍ନାଥ ସାହି ଛକ ଓ ରାଣୀପଡା ଛକରେ କେବଳ ଟେଣ୍ଟ ଅଛି ମାଟି ହାଣ୍ଡି ନାହିଁ। କିନ୍ତୁ ଯେଉଁ ଜଳଛତ୍ର ଗୁଡିକରେ ମାଟି ହାଣ୍ଡି ଅଛି ସେଥିମଧ୍ୟରେ ଜଳ ନଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିପାଇଁ ରାଜ୍ୟସରକାର ପାଣି ଭଳିଆ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ମାଟି ହାଣ୍ଡିରେ ପାଣି ନଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ପାଣି ପିଇବା କୁ ଆସୁଥିବା ସାଧାରଣ ଲୋକ ତୀବ୍ର ଅସନ୍ତୋଷ ହେବା ସହ ଜଳ ସେବା କାର୍ଯ୍ୟ କୁ ନେଇ ପ୍ରଶାସନର କାର୍ଯ୍ୟ କରିତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ଏଣୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.