ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

0 219

ଭୁବନେଶ୍ୱର,୧୮/୦୩(ପିପିଟି):ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ନେଇ ଆଜି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଞ୍ଚଳ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।

୬ଟି ଟାୱାରବିଶିଷ୍ଟ ଏହି ଆବାସିକ କମ୍ପ୍ଲେକ୍ସରେ ମୋଟ ୩୦୦ଟି ଫ୍ଲାଟ ରହିଛି । ସେଥି ମଧ୍ୟରୁ ୧୦୫ଟି ଟାଇପ୍‌ ୭ ଫ୍ଲାଟ୍‌ ରହିଥିବାବେଳେ ୧୯୫ଟି ଟାଇପ୍‌ ୬ ଫ୍ଲାଟ୍‌ର ବ୍ୟବସ୍ଥା ରହିଛି । କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ । ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ପରସରକୁ ସବୁଜ ବଳୟରେ ପରିଣତ କରବା ପାଇଁ ବଡ଼ ବଡ଼ ଉପାଦେୟ ଗଛ ଲଗାଯିବ । ସେହିଭଳି ଅତିଥିମାନଙ୍କ ପାଇଁ ୫୦ କୋଠରିବିଶିଷ୍ଟ ଏକ କ୍ଲବ୍‌ ହାଉସ୍‌ ନିର୍ମାଣ ନେଇ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବିଧାୟକ ବାବୁ ସିଂ, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ୍‌ ସାହାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ,ମୁଖ୍ୟଯନ୍ତ୍ରୀ ଏବଂ ଠିକା ସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.