ବିଧାୟକଙ୍କ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପରିଦର୍ଶନ,୫୦ ଲକ୍ଷ ର ଅନୁଦାନ ଦେଲେ ବିଧାୟକ ।

0 211

କୋଦଳା,୦୧/୦୬(ପିପିଟି): ରବିବାର ମଧ୍ୟାହ୍ନରେ କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ପରିଭ୍ରମଣରେ ଆସିଥିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ମହାଦେବ ଶ୍ରୀ ଦଣ୍ଡିଶ୍ୱରଙ୍କୁ ଦର୍ଶନ କରିବା ସହିତ କିଛି ସମୟ ପାଇଁ ମନ୍ଦିର ପରିଚାଳନା କମିଟି ସହିତ ମନ୍ଦିର ର ଉନ୍ନୟନ ତଥା ବିକାଶ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅନୁଦାନରେ ଅଟକିଥିବା ୫୦ ଲକ୍ଷ ଟଙ୍କାକୁ ରିଲିଜ କରାଯାଇଛି କହିବା ସହିତ ଦଣ୍ଡିଶ୍ୱର ମନ୍ଦିର ର ଉନ୍ନତି ପାଇଁ ଉକ୍ତ ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଥିଲେ । ସଙ୍ଗେ ସଙ୍ଗେ ବିଭାଗୀୟ ଯନ୍ତ୍ରୀଙ୍କୁ ଯଥାଶୀଘ୍ର ଆସି ଉକ୍ତ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ତତ ସହିତ ଏ ସରକାର ହେଉଛି ଲୋକଙ୍କ ସରକାର,ଏହି ସରକାର ରେ ଅର୍ଥ ର ଅଭାବ ରହିବ ନାହିଁ ଅନ୍ୟ ଯାହା କିଛି ମନ୍ଦିର ର ବିକାଶ ପାଇଁ ଆବଶ୍ୟକ ପର୍ଯ୍ୟାୟ କ୍ରମେ ଅନୁଦାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜନୀତିର ଉର୍ଦ୍ଧ୍ଵରେ ରହି କୌଣସି ବାହାର ଠିକାଦାର ନ ଦେଇ ମନ୍ଦିର କମିଟି ଦ୍ୱାରା ହିଁ ଏହି କାର୍ଯ୍ୟ ତିନିମାସ ମଧ୍ୟରେ ସମାପ୍ତ କରିବାକୁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୋଦଳା ଏନ୍ଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ ବହୁ କାଉନସିଲର, ବିଜେପି ନେତା ଗୋପାଳ କୃଷ୍ଣ ସାହୁ,ବିଭୁତି ପାଣ୍ଡି, ବାଲାଜୀ ଜେନା,ମନ୍ଦିର ପରିଚାଳନା କମିଟି ସଦସ୍ୟ,ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)


 

 

Leave A Reply

Your email address will not be published.