ବେଲଗୁଣ୍ଠା, ୦୪/୦୧(ପିପିଟି ):ଇଁରାଜୀ ନବ ବର୍ଷକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଉଭୟ ସୋରଡା ଏବଂ ବେଲଗୁଣ୍ଠା ବ୍ଳକ୍, ଏନ୍ଏସିରୁ ବହୁ ଶୁଭେଚ୍ଛୁ, ଜନପ୍ରତିନିଧି, ପଦାଧିକାରୀ, ଶିକ୍ଷକ, ଅଧ୍ୟାପକ,ଗଣମାଧ୍ୟମ ପ୍ରତିନିଧି ଏବଂ ଜନ ସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ଦେଇ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବିଧାୟକ ଶ୍ରୀ ବିଷୋୟୀ ମଧ୍ୟ ଆସିଥିବା ଶୁଭେଚ୍ଛୁଙ୍କୁ ମିଠା ଖୁଆଇ ସେମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଲକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ସରପଞ୍ଚ ଦୂର୍ଗା ମାଧବ ନାୟକ, ଶୁକଦେବ ସ୍ୱାଇଁ, ଶିବରାମ ମହାରଣା, ସତ୍ୟବାନ ସ୍ୱାଇଁ, କମଳ କୁମାରୀ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ତଥା ଘୁମୁସର ଜିଲ୍ଲା ଉପସଭାପତି ସୁଧୀର କୁମାର ଜେନା, ପୁର୍ବତନ ସରପଞ୍ଚ ତଥା ବିଜେପି ରାଜ୍ୟ ପରିଷଦ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା, ପୂର୍ବତନ ସରପଞ୍ଚ ଜୟରାମ ନାୟକ, ସୁରେନ୍ଦ୍ର କୁମାର ଡାକୁଆ, ମଣ୍ଡଳ ସଭାପତି ସଞ୍ଜୟ ଜେନା, ସରପଞ୍ଚ ପ୍ରତିନିଧି ତଥା ଯୁବ ନେତା ଲକ୍ଷ୍ମଣ ପରିଡା,ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ଼, ଯୁବ ସଂଗଠକ କାର୍ତ୍ତିକ୍, ରାମସ୍ଵାମୀ ରାଜୁ, ସନ୍ତୋଷ ମଲ୍ଲ, ସରୋଜ ସ୍ୱାଇଁ, ପଞ୍ଚାନନ ନାୟକ, ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବର ସମସ୍ତ ସଦସ୍ୟ, ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ବେଲଗୁଣ୍ଠା ମଣ୍ଡଳ ସଭାପତି ତଥା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ବରିଷ୍ଠ ବିଜେପି ନେତା ଆଲୋକ ସାହାଣି, ବରିଷ୍ଠ ସଂଗଠକ ନୀଳାଞ୍ଚଳ ମହାପାତ୍ର, ବିଜେପି ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଯୁବମୋର୍ଚା ସଭାପତି ଶଙ୍କର ପାତ୍ର, ଗୁନା ପତି, ଗଙ୍ଗାଧର୍ ଡାକୁଆ,ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମକର୍ତ୍ତା ମଣ୍ଡଳୀଙ୍କ ସମେତ ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଲକ୍ ଏବଂ ଏନ୍ଏସିର ବହୁ ଜନପ୍ରତିନିଧି, ଗ୍ରାମବାସୀ ମଧ୍ୟ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲା । ଏହା ସହିତ ଏମବିଏସ୍ କୋଲା ୟୁନିଟ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ସୋରଡ଼ା ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ ଶୁଭେଚ୍ଛୁ ମାନେ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।